Masthead

ଖରାତାତିରୁ ବଳିଯାଇଛି ଝାରସୁଗୁଡ଼ା ଉପନିର୍ବାଚନ ଉଷ୍ମତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରିସାରିଛି । ବିଜେଡି ୧୮ରେ ଦାଖଲ କରିବ ନାମାଙ୍କନ । ମାତ୍ର ଆସନ୍ତାକାଲି ବିଜେପି ପ୍ରାର୍ଥିପତ୍ର ଦାଖଲ କରିବ ବୋଲି ଚୂଡାନ୍ତ ହୋଇଛି । ଖରାତାତିରୁ ବଳିଯାଇଛି ଝାରସୁଗୁଡ଼ା ଉପନିର୍ବାଚନ ଉଷ୍ମତା । ଆସନ୍ତା କାଲି ଅର୍ଥତ୍ ୧୭ରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିବେ । ତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ବିଧାୟକ, ସାଂସଦଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ। ଝାରସୁଗୁଡ଼ାରେ ବିକାଶ ଧାରାକୁ ବିଜେପି ହିଁ ଆଗେଇ ନେବ । ଭୋଟର ବିଜେପିକୁ ହିଁ ବାଛିବେ ବୋଲି ଟଙ୍କଧର କହିଛନ୍ତି ।

ତେଣେ ବିଜେଡି କହିଛି କିଛି ଫରକ ପଡିବ ନାହିଁ । ଅନ୍ୟପକ୍ଷରେ ଗତକାଲି ନାମାଙ୍କନପତ୍ର ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନିର୍ବାଚନ ମଇଦାନକୁ ଓହ୍ଲାଇ ସାରିଛନ୍ତି । ବିଭିନ୍ନ ସ୍ଥାନରେ ସଭାସମିତି, ନାମ ସଂକୀର୍ତ୍ତନ ଓ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିସାରିଲେଣି। ତରୁଣ କହିଛନ୍ତି କଂଗ୍ରେସ ତା’ ଗଡ଼ ଫେରି ପାଇବ । ବିପୁଳ ଭୋଟରେ ବିଜୟୀ ହେବ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦ଜଣ ପ୍ରଚାରକ ପ୍ରଚାର କରିବେ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଆସନ୍ତା ୨୫ ତାରିଖରୁ ତିନି ପ୍ରମୁଖ ଦଳର ପ୍ରଚାର ଜୋରସୋରରେ ଆରମ୍ଭ ହେବ । ହାତୀ କାହାମୁଣ୍ଡରେ ସୁନା କଳସ ଢାଳୁଛି ମେ ୧୦ ତାରିଖ ପରେ ସ୍ପଷ୍ଟ ହେବ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା