Masthead

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ । ବିଜେଡି, କଂଗ୍ରେସ ପ୍ରାର୍ଥୀ ପ୍ରସ୍ତୁତ । ଝୁଲିଛି ବିଜେପି । ତେଣେ ସବୁ ଦଳ କହୁଛନ୍ତି ଝାରସୁଗୁଡ଼ା ହେବ ଆମର ।ତରୁଣ ପାଣ୍ଡେଙ୍କ ନାରେ ଏଆଇସିସି ମାରିଲା ମୋହର । ଝାରସୁଗୁଡ଼ାର ୩ଥର କଂଗ୍ରେସ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତୁରଣ ପାଣ୍ଡେଙ୍କ ଉପରେ ଭରସା କରିଛି ଦଳ । ଟିକେଟ ମିଳିବା ପରେ ତୁରଣ ପିସିସି ସଭାପତି ଶରତ ପଟ୍ଟନାୟକ, କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉପନିର୍ବାଚନେ ସେ ନିଶ୍ଚୟ ବିଜୟ ହେବେ ବୋଲି ଜୋର ଦେଇ କହିଛନ୍ତି । ତରୁଣ କହିଛନ୍ତି ବିଜେଡି ସହ ଲଢେଇ ହେବ । ମୁଦ୍ଦା ରହିବ ଆଇନଶୃଙ୍ଖଳା ଓ ସ୍ଥାନୀୟ ନିଯୁକ୍ତି । ତେଣେ ଦଳର ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଶାସକ ଦଳର ବାହୁବଳ, ଅର୍ଥବଳ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ।

ଝାରସୁଗୁଡ଼ା ବିଜେଡିର ଥିଲା, ରହିବ ମଧ୍ୟ ବୋଲି ବିଜେଡି କହିଛି । ଆମର ବିଜୟ ସୁନିଶ୍ଚିତ । ମୁଖ୍ୟମନ୍ତ୍ରୀ ଉପରେ ଝାରସୁଗୁଡ଼ାବାସୀଙ୍କ ଆସ୍ଥା ରହିଛି । ନବ ବାବୁଙ୍କ ଝିଅ ଦୀପାଲିଙ୍କୁ ଲୋକେ ନିଶ୍ଚୟ ଆଶୀର୍ବାଦ କରିବେ । ବିଜେପିର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିଲେ ମଧ୍ୟ ଅନୌପଚାରିକ ଭାବେ ଦଳର ନେତାମାନେ ଟଙ୍କଧର ତ୍ରିପାଠୀଙ୍କ ନା ନେଉଛନ୍ତି । ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି । ସେ ଜଣେ ଭଲ ସଂଗଠକ । ତାଙ୍କୁ ଟିକେଟ ମିଳିପାରେ ।   ବିଜେପି ପ୍ରାର୍ଥୀ ଦେବାରେ ପଛରେ ପଡିଛି । କଂଗ୍ରେସ ୨୦୧୯ର ପ୍ରାର୍ଥୀଙ୍କୁ ବାଦ ଦେଇ ନୂଆମୁହଁ ଉପରେ କରିଛି ଭରସା । ତେଣେ ବିଜେଡିର ନେତା ଓ ମନ୍ତ୍ରୀ ଝାରସୁଗୁଡ଼ାରେ ପକାଇଛନ୍ତି ଡେରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ