ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ । ବିଜେଡି, କଂଗ୍ରେସ ପ୍ରାର୍ଥୀ ପ୍ରସ୍ତୁତ । ଝୁଲିଛି ବିଜେପି । ତେଣେ ସବୁ ଦଳ କହୁଛନ୍ତି ଝାରସୁଗୁଡ଼ା ହେବ ଆମର ।ତରୁଣ ପାଣ୍ଡେଙ୍କ ନାରେ ଏଆଇସିସି ମାରିଲା ମୋହର । ଝାରସୁଗୁଡ଼ାର ୩ଥର କଂଗ୍ରେସ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତୁରଣ ପାଣ୍ଡେଙ୍କ ଉପରେ ଭରସା କରିଛି ଦଳ । ଟିକେଟ ମିଳିବା ପରେ ତୁରଣ ପିସିସି ସଭାପତି ଶରତ ପଟ୍ଟନାୟକ, କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉପନିର୍ବାଚନେ ସେ ନିଶ୍ଚୟ ବିଜୟ ହେବେ ବୋଲି ଜୋର ଦେଇ କହିଛନ୍ତି । ତରୁଣ କହିଛନ୍ତି ବିଜେଡି ସହ ଲଢେଇ ହେବ । ମୁଦ୍ଦା ରହିବ ଆଇନଶୃଙ୍ଖଳା ଓ ସ୍ଥାନୀୟ ନିଯୁକ୍ତି । ତେଣେ ଦଳର ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଶାସକ ଦଳର ବାହୁବଳ, ଅର୍ଥବଳ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ।

ଝାରସୁଗୁଡ଼ା ବିଜେଡିର ଥିଲା, ରହିବ ମଧ୍ୟ ବୋଲି ବିଜେଡି କହିଛି । ଆମର ବିଜୟ ସୁନିଶ୍ଚିତ । ମୁଖ୍ୟମନ୍ତ୍ରୀ ଉପରେ ଝାରସୁଗୁଡ଼ାବାସୀଙ୍କ ଆସ୍ଥା ରହିଛି । ନବ ବାବୁଙ୍କ ଝିଅ ଦୀପାଲିଙ୍କୁ ଲୋକେ ନିଶ୍ଚୟ ଆଶୀର୍ବାଦ କରିବେ । ବିଜେପିର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିଲେ ମଧ୍ୟ ଅନୌପଚାରିକ ଭାବେ ଦଳର ନେତାମାନେ ଟଙ୍କଧର ତ୍ରିପାଠୀଙ୍କ ନା ନେଉଛନ୍ତି । ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି । ସେ ଜଣେ ଭଲ ସଂଗଠକ । ତାଙ୍କୁ ଟିକେଟ ମିଳିପାରେ ।   ବିଜେପି ପ୍ରାର୍ଥୀ ଦେବାରେ ପଛରେ ପଡିଛି । କଂଗ୍ରେସ ୨୦୧୯ର ପ୍ରାର୍ଥୀଙ୍କୁ ବାଦ ଦେଇ ନୂଆମୁହଁ ଉପରେ କରିଛି ଭରସା । ତେଣେ ବିଜେଡିର ନେତା ଓ ମନ୍ତ୍ରୀ ଝାରସୁଗୁଡ଼ାରେ ପକାଇଛନ୍ତି ଡେରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’