ଜଳୁଛି ଜଙ୍ଗଲ, କୁମ୍ଭନିଦ୍ରାରେ ବନ ବିଭାଗ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଜଳୁଛି ଜଙ୍ଗଲ । କୁମ୍ଭନିଦ୍ରାରେ ବନ ବିଭାଗ । ଚାରି ଦିନ ହେବ ମାଲକାନଗିରି ବନାଞ୍ଚଳ ତଣ୍ଡିକି ଗାଁ ଜଙ୍ଗଲରେ ଲାଗିଛି ନିଆଁ । ଗ୍ରାମବାସୀଙ୍କ ଅଭିଯୋଗ ଦୁଇ ବର୍ଷ ପୂର୍ବରୁ ଗାଁରେ ଜନ ସଚେତନତା କାର୍ୟ୍ୟକ୍ରମ ହୋଇଥିଲା । ଫଳରେ ଜଙ୍ଗଲରେ ନିଆଁ ଲାଗିବା ଦେଖିବାକୁ ମିଳୁନଥିଲା। ଏବେ ସେମିତି ଲୋକଙ୍କୁ ସଚେତନ କରାଇଲେ ଜଙ୍ଗଲରେ ଆଉ ନିଆଁ ଲାଗିବ ନାହିଁ। ଜଙ୍ଗଲ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଫଳଶୂନ ।

ପୂର୍ବରୁ ଜଙ୍ଗଲ ଯେମିତି ଜଳୁଥିଲା ଏବେବି ସେମିତି ଜଳୁଛି। ଫରକ ଖାଲି ଏତିକି ଜଙ୍ଗଲ ନିଆଁ ଲିଭାଇବା ଆଳରେ କିଛି ଲୋକ ନିୟୋଜିତ ହେଉଛନ୍ତି ସତ କିନ୍ତୁ ଲୁଟୁଛନ୍ତି କୋଟି କୋଟି ଜନ ସାଧାରଣଙ୍କ ଟିକସ ଟଙ୍କା। ତେଣେ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ସହର ମୁହାଁ ହେଲେଣି ବନ୍ୟଜନ୍ତୁ । ତେବେ ଏସମ୍ପର୍କରେ ମାଲକାନଗିରି ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ବାରମ୍ବାର ନିଆଁ ଲିଭାଇବା ପରେ ମଧ୍ୟ ମହୁଲ ଫୁଲ ଗୋଟାଇବା ପାଇଁ ନିଆଁ ଲଗାଇ ଦେଉଛନ୍ତି ଲୋକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’