Masthead

ପଦ ହାତେଇବାକୁ ଦିଆଯାଉଛି ବିଷାକ୍ତ ଖାଦ୍ୟ: ଜିତନ ମାଞ୍ଝୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) ନୀତୀଶଙ୍କୁ ଦିଆଯାଉଛି ବିଷାକ୍ତ ଖାଦ୍ୟ । ଯାହା ଦ୍ୱାରା ନୀତୀଶଙ୍କ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି ବୋଲି କହିଛନ୍ତି ହିନ୍ଦୁସ୍ତାନୀ ଆବାମ୍‌ ମୋର୍ଚ୍ଚା ପ୍ରମୁଖ ଜିତନ ରାମ ମାଞ୍ଝୀ । ସେ ଅଭିଯୋଗ କହିଛନ୍ତି ନୀତୀଶ କୁମାରଙ୍କୁ ପରସା ଯାଉଥିବା ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଯାଉଛି । ତାଙ୍କ ପଦକୁ ହାତେଇବାକୁ ଚାହୁଁଥିବା ଲୋକେ ଏହା କରୁଛନ୍ତି । ଏହାର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ପାଟନାରେ ବିଧାନସଭା ବାହାରେ ଖବରଦାତାଙ୍କ ସହ କଥାବାର୍ତ୍ତାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଞ୍ଝୀ କହିଛନ୍ତି, କିଛି ଦିନ ପୂର୍ବରୁ ନୀତୀଶ ଅଶ୍ଳିଳ ଭାଷା ପ୍ରୟୋଗ କରିଥିଲେ ।

ଏଥିଲାଗି ତାଙ୍କୁ ବିଧାନସଭାରେ କ୍ଷମା ମାଗିବାକୁ ପଡ଼ିଥିଲା। କାଲି ପୁଣି ସେ ନିଜ ଉପରେ ନିୟନ୍ତ୍ରଣ ହରାଇ ମୋତେ ନେଇ ଅପମାନଜନକ ଶବ୍ଦର ବ୍ୟବହାର କରିଥିଲେ। ମୁଁ ତାଙ୍କଠାରୁ ବୟସରେ ଏବଂ ରାଜନୈତିକ ଅନୁଭବରେ ବରିଷ୍ଠ ବୋଲି ସେ ଭୁଲିଯାଇଥିଲେ। ଏହା ତାଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ ହେବାର ସଙ୍କେତ ବୋଲି ସେ କହିଛନ୍ତି। କହିରଖୁଛୁ, ବୁଧବାର ନୀତୀଶ ତାଙ୍କର ପୂର୍ବତନ ସହଯୋଗୀ ମାନ୍‌ଝୀଙ୍କ ଉପରେ ବର୍ଷିଥିଲେ। ତାଙ୍କର ମୁର୍ଖାମୀ ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ