ଶିକ୍ଷକଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ ସଂଘ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ନାବାଳିକା ଛାତ୍ରୀଙ୍କୁ ଶିକ୍ଷକ ମାଡ ମାରିବା ଘଟଣାରେ ଶିକ୍ଷକଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ସଂଘ । ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ମାଡ ମାରିବା ଫଳରେ ଛାତ୍ରୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ଛାତ୍ରୀଙ୍କ ବାପା ମା’ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ଉପରେ ଆକ୍ରମଣ କରିଥିଲେ । ଶିକ୍ଷକଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗକୁ ନେଇ ଶିକ୍ଷକ ସଂଘ ରାଜରାସ୍ତା ଅବରୋଧ ଶିକ୍ଷକଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ କରିଛନ୍ତି । ଏହି ଘଟଣାରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କବେଳ ଶିକ୍ଷକଙ୍କ ଅଭିଯୋଗ ଉପରେ ଥାନାରେ ମାମଲା ରୁଜୁ କରିଛି । ସବୁଠାରୁ ବଡ କଥା ହେଲାଯେ ମାଡ ଖାଇ ଗୁରୁତର ହୋଇଥିବା ଗରିବ ଛାତ୍ରୀଙ୍କ ମା’ଙ୍କର ଅଭିଯୋଗରେ ପୋଲିସ କାହିଁକି ମାମଲା ରୁଜୁ ନକରି ତଦନ୍ତ କରୁଛି ଯାହା ଦ୍ୱାରା ପୋଲିସ ଉପରେ ଉଠୁଛି ସନ୍ଦେହ । ପ୍ରଧାନ ଶିକ୍ଷକ ଜଣକ ଛାତ୍ରୀଙ୍କୁ ମାଡ଼ ମାରି ଗୁରୁତର କରିବା କଥାକୁ ସେହି ସ୍କୁଲର ଶିକ୍ଷୟତ୍ରୀ ନିଜେ ସ୍ୱୀକାର କରିବା ପରେବି ଆଜି ଶିକ୍ଷକ ସଂଘ ରାସ୍ତା ଅବରୋଧ କରି ଶିକ୍ଷକଙ୍କ ସପକ୍ଷରେ ଅଣ୍ଟା ଭିଡିଛନ୍ତି । ସେପଟେ ଛାତ୍ରୀଙ୍କ ମା ଅଭିଯୋଗ ଦେଇ ଥାନାରୁ ଫେରିଥିଲେବି ପୋଲିସ କହୁଛି ଅଭିଯୋଗ ହୋଇନାହିଁ । ତେବେ ପୋଲିସ ଏଭଳି କଥାକୁ ନେଇ ଥାନାରେ ଲାଗିଥିଲା କ୍ୟାମେରାକୁ ତଦନ୍ତ କଲେ କିଏ ସତ କହୁଛି ତାହା ଜଣାପଡ଼ିବ ବୋଲି ଛାତ୍ରୀଙ୍କ ମା’ଦାବି କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ