Masthead

ଶିକ୍ଷକଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ ସଂଘ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ନାବାଳିକା ଛାତ୍ରୀଙ୍କୁ ଶିକ୍ଷକ ମାଡ ମାରିବା ଘଟଣାରେ ଶିକ୍ଷକଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ସଂଘ । ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ମାଡ ମାରିବା ଫଳରେ ଛାତ୍ରୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ଛାତ୍ରୀଙ୍କ ବାପା ମା’ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ଉପରେ ଆକ୍ରମଣ କରିଥିଲେ । ଶିକ୍ଷକଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗକୁ ନେଇ ଶିକ୍ଷକ ସଂଘ ରାଜରାସ୍ତା ଅବରୋଧ ଶିକ୍ଷକଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ କରିଛନ୍ତି । ଏହି ଘଟଣାରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କବେଳ ଶିକ୍ଷକଙ୍କ ଅଭିଯୋଗ ଉପରେ ଥାନାରେ ମାମଲା ରୁଜୁ କରିଛି । ସବୁଠାରୁ ବଡ କଥା ହେଲାଯେ ମାଡ ଖାଇ ଗୁରୁତର ହୋଇଥିବା ଗରିବ ଛାତ୍ରୀଙ୍କ ମା’ଙ୍କର ଅଭିଯୋଗରେ ପୋଲିସ କାହିଁକି ମାମଲା ରୁଜୁ ନକରି ତଦନ୍ତ କରୁଛି ଯାହା ଦ୍ୱାରା ପୋଲିସ ଉପରେ ଉଠୁଛି ସନ୍ଦେହ । ପ୍ରଧାନ ଶିକ୍ଷକ ଜଣକ ଛାତ୍ରୀଙ୍କୁ ମାଡ଼ ମାରି ଗୁରୁତର କରିବା କଥାକୁ ସେହି ସ୍କୁଲର ଶିକ୍ଷୟତ୍ରୀ ନିଜେ ସ୍ୱୀକାର କରିବା ପରେବି ଆଜି ଶିକ୍ଷକ ସଂଘ ରାସ୍ତା ଅବରୋଧ କରି ଶିକ୍ଷକଙ୍କ ସପକ୍ଷରେ ଅଣ୍ଟା ଭିଡିଛନ୍ତି । ସେପଟେ ଛାତ୍ରୀଙ୍କ ମା ଅଭିଯୋଗ ଦେଇ ଥାନାରୁ ଫେରିଥିଲେବି ପୋଲିସ କହୁଛି ଅଭିଯୋଗ ହୋଇନାହିଁ । ତେବେ ପୋଲିସ ଏଭଳି କଥାକୁ ନେଇ ଥାନାରେ ଲାଗିଥିଲା କ୍ୟାମେରାକୁ ତଦନ୍ତ କଲେ କିଏ ସତ କହୁଛି ତାହା ଜଣାପଡ଼ିବ ବୋଲି ଛାତ୍ରୀଙ୍କ ମା’ଦାବି କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି