ଝୁଣ୍ଟି ପଡ଼ିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଝୁଣ୍ଟି ପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପୋଲାଣ୍ଡ୍‌ର ୱାର୍‌ସରେ ‘ଏୟାର୍‌‌ ଫୋର୍ସ ୱାନ୍‌’ ବିମାନର ପାହାଚ ଚଢ଼ିବା ବେଳେ ସେ ଝୁଣ୍ଟି ପଡ଼ିଛନ୍ତି। ଏହାପରେ ଆଉ ଗୋଟିଏ ପାହାଚର ଆଶ୍ରା ନେଇ ସମ୍ଭାଳି ଉପରକୁ ଉଠୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବିମାନ ଉପରକୁ ଯାଇ ସେ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି । ୟୁକ୍ରେନ୍ ଓ ପୋଲାଣ୍ଡ ଗସ୍ତ ସାରି ୱାସିଂଟନ୍ ଡିସିକୁ ଫେରିବା ବେଳେ ଏହି ଘଟଣା ଘଟିଛି। ବାଇଡେନ୍‌ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏଭଳି ଝୁଣ୍ଟିବା ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ମଧ୍ୟ ସେ ପାହାଚ ଚଢ଼ିବା ଓ ଓହ୍ଲାଇବା ବେଳେ ଅନେକ ଥର ଝୁଣ୍ଟିଛନ୍ତି। ଏପରି କି ତଳେ ପଡି ମଧ୍ୟ ଯାଇଛନ୍ତି। ପ୍ରାୟ ଦୁଇ ବର୍ଷ ତଳେ ‘ଜଏଣ୍ଟ୍ ବେସ୍ ଆଣ୍ଡ୍ରିଉଜ୍‌’ରେ ଜୋ ବାଇଡେନ୍ ଏମିତି ପଡ଼ିଯାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ