Masthead

ପାକିସ୍ତାନ ଜେଲରେ ୨୦ ବର୍ଷ ବନ୍ଦୀ ଜୀବନ ବିତାଇବା ପରେ ଦେଶକୁ ଫେରିଛନ୍ତି ବିରଜୁ ।

ରାଜଗାଙ୍ଗପୁର, (ବଡ଼ ଖବର ବ୍ୟୁରୋ):
କୁତ୍ରା ଥାନା ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀ ଅଞ୍ଚଳ  କଟଙ୍ଗଜଙ୍ଗରପଡାର ବିରଜୁ କୁଲୁ ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନ ଜେଲ ରେ ବନ୍ଦୀ ଜୀବନ ବିତାଇବା ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀ କଟଙ୍ଗଜଙ୍ଗାଟୋଲି । ଏହି ଗ୍ରାମରେ  ରହୁ ଥିଲେ  କାମିଲ କୁଲୁ ।  ସ୍ତ୍ରୀ ଟିନା କୁଲୁ ଓ ଗୋଟିଏ ପୁଅ ଗୋଟିଏ ଝିଅ କୁ ନେଇ ଛୋଟିଆ ସଂସାର  ।  ପୁଅ ମାର୍କକୁଶ କୁଲୁ ଉର୍ଫ ବିରଜୁ ଛୋଟ ବେଳୁ ମାନସିକ ଅନଗ୍ରସର ଥିଲେ ।  ୨୫ ବର୍ଷ ରେ ବିରଜୁ ଘରୁ କୁଆଡେ ଚାଲି ଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାର ପତ୍ତା ପାଇ ନଥିଲେ । ଏହା ଭିତରେ ଦୀର୍ଘ ୨୦ ବର୍ଷ ବିତିଗଲା । କାମଲିସ୍ ଏବଂ ତାଙ୍କ ପତ୍ନୀ ଭି ଇହଧାମ ଛାଡି ଚାଲିଗଲେଣି । ଗତ ବର୍ଷ ବିରଜୁ ର ପରିଚୟ ଓ ଠିକଣା ଯାଞ୍ଚ ପାଇଁ କୁତ୍ରା ପୋଲିସ ଯାଞ୍ଚ ହେବାରୁ ବିରଜୁ ପାକିସ୍ତାନ ଜେଲ ରେ ଥିବା ଜଣା ପଡିଥିଲା । ମାନସିକ ଅନଗ୍ରସର ଥିବାରୁ ଭୁଲ ବଶତଃ ସେ ବୁଲି ବୁଲି ପାକିସ୍ଥାନ ସୀମା ଭିତରକୁ ପଶି ଯାଇଥିଲେ । ପାକିସ୍ତାନ ରେଞ୍ଜର ତାଙ୍କୁ ଗୁପ୍ତଚର ଭାବି ବନ୍ଦୀ କରି ଥିଲେ । ଲାହୋର ଜେଲ ରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ ବିତାଇବା ପରେ ଶେଷରେ ଗତ ମାସ ୨୬ତାରିଖ ରେ ତାଙ୍କୁ ଭାରତ ବୈଦେଶିକ ବିଭାଗ ସହ ଆଲୋଚନା କରି ଭାରତ କୁ ହସ୍ତାନ୍ତର କରିଥିଲେ ।ବିରଜୁ ଅମୃତସର ରେ ପହଁଚିବା ପରେ ତାଙ୍କୁ ନାରାୟଣଗଞ୍ଜ ସ୍ଥିତ କୋଭିଡ ଡାକ୍ତରଖାନା ରେ ରଖାଯାଇଛି । ଏପଟେ ତାଙ୍କ ପୈତୃକ ଗ୍ରାମରେ ତାଙ୍କ ବଡ଼ ବାପାଙ୍କ ପରିବାର ସଦସ୍ୟ ଓ  ବିବାହ ହୋଇ କୁକୁଡ଼ା ରେ ରହୁଥିବା ତାଙ୍କ ଏକ ମାତ୍ର ଭଉଣୀ ତାଙ୍କ ଆସିବା ବାଟ କୁ  ଚାତକ ଭଳି ଚାହିଁ ବସିଛନ୍ତି ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ