Masthead

ବସୁଦ୍ଧା ଯୋଜନା ପିଇବା ପାଣିରେ ଆସୁଛି ପକ୍ଷୀ ମାଂସ ଓ ପର

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ବିଶୁଦ୍ଧ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଜଳ ଅଭାଵରୁ ବିକଳ୍ପ ନ ପାଇ ଦୂଷିତ ନାଳରୁ ଚୁଆ ଖୋଳି ପାଣି ନେଉଛନ୍ତି ଗ୍ରାମବାସୀ। ତାହା ପୁଣି ଜନବସତି ଠାରୁ ଏକ କିଲୋମିଟର ଦୂରରୁ। ଏଭଳି ଅଭାବନୀୟ ଦୃଶ୍ୟ କୌଣସି ଦୁର୍ଗମ ଅଞ୍ଚଳରେ ନୁହେଁ, ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ମାତ୍ର ୧୦ କିମି ମୁଖ୍ୟ ଜାତୀୟ ରାଜପଥ କଡ଼ରେ ଥିବା କାଶୀନଗର ବ୍ଲକ ର କେ .ସିତାପୁର ଗ୍ରାମର । ବିଶୁଦ୍ଧ ଜଳଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ହେଉଛି।

ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଗୁରୁତ୍ୱ ମଧ୍ୟ ଦିଆଯାଉଛି। ଏଥିପାଇଁ ନିର୍ମାଣ ହେଉଛି ଓଭରହେଡ ଟ୍ୟାଙ୍କ, ଗଭୀର ନଳକୂପ ଆଦି ପ୍ରକଳ୍ପ। ତେବେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଅନେକ ସ୍ଥାନରେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ୫ ହଜାରରୁ ଉର୍ଦ୍ଧ୍ଵ ଲୋକ ବସବାସ କରୁଥିବା କେ ସିତାପୁର ଗ୍ରାମ ଠାରେ ବସୁଧା ଯୋଜନା ରେ ନିର୍ମାଣ ହୋଇଥିବା ଓଭରହେଡ ଟାଙ୍କିର ଘୋଡଣି ନଥିବା କାରଣ ରୁ ସେଥିରେ ପକ୍ଷୀ ପଡ଼ି ମୃତ୍ୟୁବରଣ ହୋଇ ପଡ଼ୁଛନ୍ତି, ଓ ବର୍ଷା ପବନରେ ଅନେକ ଅଲିୟା ଆବର୍ଜନା ପଡ଼ି ତାହା ସମ୍ପୂର୍ଣ୍ଣ ଦୂଷିତ ହୋଇ ରହିଛି ଯାହା ବ୍ୟବହାର କରିବା ପାଇଁ ଯୋଗ୍ୟ ନୁହେଁ। କିଛି ଦିନ ହେଲା ପାଣି ଦୂର୍ଗନ୍ଧ ସହ ପାଣିରେ ପକ୍ଷୀର ପର ମଧ୍ୟ ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ବାଧ୍ୟ ହୋଇ ଗୋରୁ ମଇଁଷି ଆଦି ବୁଡି ରହୁଥିବା ନାଳରୁ ଚୁଆ ଖୋଳି ପାଣି ଆଣୁଥିବା କହିଛନ୍ତି ଗ୍ରାମବାସୀ। ଏପରିକି ସୁଦୂର ଚାଷ ଜମି ମଧ୍ୟରେ ଥିବା ଏକ ନଳକୂଅରୁ ମଧ୍ୟ ପାଣି ବୋହି ଆଣିଥାନ୍ତି। ବହୁଦିନ ଧରି ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ବ୍ଲକର ପାନୀୟଜଳ ବିଭାଗର ଅଧିକାରି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି ଦୂଷିତ ଜଳ ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଟ୍ୟାଙ୍କ ଓ ଏହାର ପରିସର ସଫା କରାଯାଇନଥିବାରୁ ଅତ୍ୟନ୍ତ ପ୍ରଦୂଷିତ ହୋଇ ପଡ଼ିଛି। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଲୋକଙ୍କ କାମରେ ନ ଆସି ନଷ୍ଟ ହେବାରେ ଲାଗିଛି। ପୂରଣ ହୋଇପାରୁନି ଏହାର ଲକ୍ଷ୍ୟ। ସମୂହ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ଏହାର ପୁନରୁଦ୍ଧାର ଜରୁରୀ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ