Masthead

ପରୀର ନ୍ୟାୟ ପାଇଁ ଲଢିବ କଂଗ୍ରେସ

ନୟାଗଡ, (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଦୋଷୀକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ଗତ ଜୁଲାଇ ମାସ ୭ ତାରିଖ ଦିନ ନୟାଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ପ୍ରସାଦ ପାଞ୍ଚାୟତ ଯଦୁପୁର ଗାଁର ଅଶୋକ ସାହୁଙ୍କ ୫ ବର୍ଷର ଝିଅ ପରୀ ଘର ନିକଟରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇ ଯାଇଥିଲା । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ପରୀକୁ ନ ପାଇବା ପରେ ଥାନା ର ଦ୍ଵାରସ୍ଥ ହୋଇଥିଲେ । ତେବେ ୭ ଦିନ ପରେ ଅଶୋକଙ୍କ ଘର ପାଖରେ ଏକ ବସ୍ତାରେ ଗୁଡାହୋଇ କିଛି ନର କଙ୍କାଳ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ତେବେ ପରିବାର ଲୋକେ ନର କଙ୍କାଳ ଗୁଡିକ ପରୀର ବୋଲି ଅଭିଯୋଗ କରିବା ସହ ଦୋଷୀ କୁ ଧରିବା ପାଇଁ ଦାବି କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ତେବେ ଘଟଣାର ୩ ମାସ ବିତିଯାଇଥିଲେ ହେଁ ନୟାଗଡ ପୋଲିସ ହତ୍ୟାକାରୀକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ପୋଲିସ ହତ୍ୟାକାରୀକୁ ଜାଣିବାସହ ଶାସକ ଦଳର ଚାପରେ ନୀରବ ରହୁଥିବା ଅଭିଯୋଗ କରିଛି କଂଗ୍ରେସ । ଆସନ୍ତା ୧୬ ତାରିଖରେ ପରୀ ନ୍ୟାୟ ଦାବି ନେଇ ଏସପିଙ୍କ କାର୍ୟ୍ୟ।ଳୟ ସାମ୍ନାରେ ସତ୍ୟାଗ୍ରହ କରିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ