Masthead

ପରୀର ନ୍ୟାୟ ପାଇଁ ଲଢିବ କଂଗ୍ରେସ

ନୟାଗଡ, (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଦୋଷୀକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ଗତ ଜୁଲାଇ ମାସ ୭ ତାରିଖ ଦିନ ନୟାଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ପ୍ରସାଦ ପାଞ୍ଚାୟତ ଯଦୁପୁର ଗାଁର ଅଶୋକ ସାହୁଙ୍କ ୫ ବର୍ଷର ଝିଅ ପରୀ ଘର ନିକଟରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇ ଯାଇଥିଲା । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ପରୀକୁ ନ ପାଇବା ପରେ ଥାନା ର ଦ୍ଵାରସ୍ଥ ହୋଇଥିଲେ । ତେବେ ୭ ଦିନ ପରେ ଅଶୋକଙ୍କ ଘର ପାଖରେ ଏକ ବସ୍ତାରେ ଗୁଡାହୋଇ କିଛି ନର କଙ୍କାଳ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ତେବେ ପରିବାର ଲୋକେ ନର କଙ୍କାଳ ଗୁଡିକ ପରୀର ବୋଲି ଅଭିଯୋଗ କରିବା ସହ ଦୋଷୀ କୁ ଧରିବା ପାଇଁ ଦାବି କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ତେବେ ଘଟଣାର ୩ ମାସ ବିତିଯାଇଥିଲେ ହେଁ ନୟାଗଡ ପୋଲିସ ହତ୍ୟାକାରୀକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ପୋଲିସ ହତ୍ୟାକାରୀକୁ ଜାଣିବାସହ ଶାସକ ଦଳର ଚାପରେ ନୀରବ ରହୁଥିବା ଅଭିଯୋଗ କରିଛି କଂଗ୍ରେସ । ଆସନ୍ତା ୧୬ ତାରିଖରେ ପରୀ ନ୍ୟାୟ ଦାବି ନେଇ ଏସପିଙ୍କ କାର୍ୟ୍ୟ।ଳୟ ସାମ୍ନାରେ ସତ୍ୟାଗ୍ରହ କରିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ