Masthead

ଫଟୋ ପୋଷ୍ଟ୍ କରି ଟ୍ରୋଲ୍ ହେଲେ କାଜଲ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ ଓ ବଲିଉଡ ଜଗତର ନାମୀଦାମୀ ହିରୋଇନ୍ ହେଉଛନ୍ତି କାଜଲ୍ ଅଗ୍ରୱାଲ୍ । ସାଉଥରୁ ନେଇ ବଲିଉଡ ପର୍ୟ୍ୟନ୍ତ ତାଙ୍କ ଜର୍ଣ୍ଣି ବେଶ୍ ସଫଳ ରହିଛି । ନିକଟରେ ସେ ତାଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଗତ ବର୍ଷ ସେ ମୁମ୍ବାଇର ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ। ମ୍ୟାରେଜ୍ ପରେ ଅନେକ ଚର୍ଚ୍ଚାରେ ରହିଥିଲେ କାଜଲ୍ । ତେବେ ବର୍ତ୍ତମାନ ଦୀପାବଳି ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏକ ମଦ ବିଜ୍ଞାପନର ସୁଟିଂ କରିଛନ୍ତି, ଯାହାର ଫଟୋ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋ ଦେଖିବା ପରେ ଏବେ ସୋସିଆଲ ମିଡିଆରେ ୟୁଜର୍ସ ମାନେ କାଜଲଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି ।

ଖବର ଅନୁସାରେ କାଜଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ଗୌତମ କିଚଲୁଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଦେଖାଯାଇଛି ଯେ ଏକ ମଦ ବୋତଲ ଏବଂ ଗ୍ଲାସ ସେମାନଙ୍କ ସାମ୍ନାରେ ରଖାଯାଇଛି। ଫଟୋରେ ଉଭୟଙ୍କ ମଧ୍ୟରେ କେମେଷ୍ଟ୍ରୀ ବି ଦେଖାଯାଉଛି। ଫଟୋ ସେୟାର କରିବା ସହିତ ଅଭିନେତ୍ରୀ କ୍ୟାପସନରେ ଏହି ଉତ୍ସବ ପାଳନ କରିବାକୁ କହିଛନ୍ତି। ତାଙ୍କର ଫଟୋ ସାତ ଲକ୍ଷରୁ ଅଧିକ ଲାଇକ୍ ମଧ୍ୟ ପାଇସାରିଲାଣି । କିନ୍ତୁ ଫଟୋ ଦେଖିବା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଏହି ପୋଷ୍ଟର କମେଣ୍ଟରେ ଟ୍ରୋଲ୍ କଲା ଭଳି ଅନେକ କମେଣ୍ଟ ଦେଉଛନ୍ତି ଲୋକମାନେ । ଜଣେ ୟୁଜର୍ସ ଲେଖିଛନ୍ତି ଯେ ‘ କେହି ମଣିଷ ଏତେ ତଳକୁ କିପରି ଖସି ଯାଇପାରେ। ଟଙ୍କା ପାଇଁ ମଦକୁ ପ୍ରୋତ୍ସାହିତ କରୁଛନ୍ତି। ସେ ଭଲଭାବରେ ଜାଣନ୍ତି ଯେ ତାଙ୍କର ଅଧିକାଂଶ ଫଲୋୟର୍ସ ୧୮ ରୁ ୨୫ ବର୍ଷର ଅଛନ୍ତି।’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ଏନସିବିକୁ ରେଡ୍ ପାଇଁ ପଠାଇବାକୁ ପଡ଼ିବ।’ ଏପରି ଭାବରେ ଅନେକ ଲୋକ ତାଙ୍କ ଫଟୋ ଉପରେ କଡ଼ା ମନ୍ତବ୍ୟ ଦେଉଛନ୍ତି। ତେବେ ଏପରି କମେଣ୍ଟ ପରେ କାଲଙ୍କର କିନ୍ତୁ କିଛି ରିଆକ୍ସନ୍ ଦେଖିବାକୁ ମିଳିନି । ଏହା ବ୍ୟତିତ କିଛି ଲୋକ ତାଙ୍କର ଏହି ଫଟୋକୁ ପସନ୍ଦ ବି କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ