Masthead

ଆଦାନୀ ଗ୍ରୁପ ମାମଲା, ଚିନ୍ତା ପ୍ରକଟ କଲେ କୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ସାରା ଦେଶରେ ଚାଲିଛି ହୋହାଲ୍ଲା। ତେବେ ଏହାରି ଭିତରେ ହିଣ୍ଡେନବର୍ଗ ରିପୋର୍ଟ ବିରୋଧରେ ଆଦାନୀ ଗ୍ରୁପ କରିଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଶୁଣାଣି କରି ଆଦାନୀ ଗ୍ରୁରେ ନିବେଶ କରି କୋଟି କୋଟି ଟଙ୍କା ହରାଇଥିବା ନିବେଶକଙ୍କୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଆଗକୁ ଯେପରି ଏହିଭଳି ପରିସ୍ଥିତିର ପୁନରାବୃତ୍ତି ନହେଉ ତାହା ପାଇଁ ସେବିକୁ ପରାମର୍ଶ ମାଗିଛନ୍ତି କୋର୍ଟ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତମାସ ୧୩ ତାରିଖରେ ହେବ ବୋଲି ସୂଚନା ମିଳିଛି। ଆବେଦକାରୀଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ବିଶାଲ ତିୱାରୀ ଏହି ମାମଲାରେ ଏକ ଯାଂଚ କମିଟି ଗଠନ କରିବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି । ସେପଟେ ସିଲିସିଟର ଜେନରାଲ କହିଥିଲେ କି ସେ ସେବି ତରଫରୁ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟ ଯାହା ପ୍ରଶ୍ନ ପଚାରିବେ ସେ ତାହା ଉପରେ ଉତ୍ତର ରଖିବେ ।

କୋର୍ଟ କହିଥିଲେ କି ଆମର ଚିନ୍ତା ହେଉଛି କିଭଳି ଭାବେ ଭାରତୀୟ ନିବେଶକଙ୍କୁ ସୁରକ୍ଷା ଦିଆଯାଇପାରିବ । ଏହା ଉପରେ ସଲିସିଟର କହିଛନ୍ତି କି, ଏସବୁ ପାଇଁ ଭାରତ ବାହାରେ ଥିବା ଏକ ସଂସ୍ଥା ଦାୟୀ । ତେବେ ପରବର୍ତ୍ତି ଶୁଣାଣି ଆସନ୍ତା ସେମବାର ହେବ ବୋଲି ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ