ମା’ ମଙ୍ଗଳାଙ୍କ ପୀଠ ଭକ୍ତଶୂନ୍ୟ

କାକଟପୁର, (ବଡ଼ ଖବର ବ୍ୟୁରୋ): ଚାଲିଛି ମହିଂସା ମର୍ଦ୍ଦିନୀ ମା ଦୁର୍ଗାଙ୍କ ବିଜୟା ଦଶମୀ । ରାଜ୍ୟର ସମସ୍ତ ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ପୂଜା । ପୁରୀ ଜିଲ୍ଲା କାକଟପୁରରେ ମା ମଙ୍ଗଳାଙ୍କ ଶକ୍ତି ପୀଠ ଭକ୍ତ ଶୂନ୍ୟ। ବିନା ଭକ୍ତରେ ଚାଲିଛି ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା । ଆଜି ବିଜୟା ଦଶମୀ । ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡରେ ମା ପୂଜା ପାଇବା କଥା । ଚଳିତବର୍ଷ କରୋନା ମହାମାରୀ ଲାଗି ବିନା ଭକ୍ତରେ ପୂଜା ପାଉଛନ୍ତି ମା’ । କରୋନା କଟକଣା ଭିତରେ ମା’ଙ୍କ ରୀତିନୀତି ଚାଲିଛି । ପୂଜକ, ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନର ସହଯୋଗରେ ଦଶହରାର ସମସ୍ତ କାର୍ଯ୍ୟକ୍ରମ ସଂପାଦନ କରାଯାଉଛି।

କଟକଣାକୁ ଲକ୍ଷ୍ୟରଖି ଖୁବ୍ କମ ସଂଖ୍ୟକ ଶ୍ରଦ୍ଧାଳୁ ଆସୁଛନ୍ତି । ମନ୍ଦିରର ମୁଖ୍ୟ ଫାଟକ ବନ୍ଦ ଥିବାରୁ, ମନ୍ଦିର ବାହାରୁ ମା’ଙ୍କୁ ମୁଣ୍ଡିଆ ମାରି ଫେରୁଛନ୍ତି ଶ୍ରଦ୍ଧାଳୁ । ମହାମାରୀ ଚାଲିଥିଲେ ସୁଦ୍ଧା ମା’ ଙ୍କ ପୂଜାର ପରମ୍ପରା ଓ ବିଧି ରକ୍ଷା ପାଇଁ ସେବକ ଓ ପୂଜକମାନେ ଚଳାଇଛନ୍ତି ଉଦ୍ୟମ । ବିନା ଭକ୍ତରେ ସମ୍ପାଦିତ ହେଉଛି ମା’ଙ୍କ ସମସ୍ତ ପୂଜା ରୀତିନୀତି। ଷଷ୍ଠୀଠାରୁ ନବମୀ ପର୍ୟ୍ୟନ୍ତ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ପୂଜା । ଆଜି ମଧ୍ୟ ଦଶହରା ବା ବିଜୟାଦଶମୀରେ ମା’ଙ୍କ ସମସ୍ତ ନୀତି ସୁଚାରୁରୂପେ ଚାଲୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ