Masthead

ମା’ ମଙ୍ଗଳାଙ୍କ ପୀଠ ଭକ୍ତଶୂନ୍ୟ

କାକଟପୁର, (ବଡ଼ ଖବର ବ୍ୟୁରୋ): ଚାଲିଛି ମହିଂସା ମର୍ଦ୍ଦିନୀ ମା ଦୁର୍ଗାଙ୍କ ବିଜୟା ଦଶମୀ । ରାଜ୍ୟର ସମସ୍ତ ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ପୂଜା । ପୁରୀ ଜିଲ୍ଲା କାକଟପୁରରେ ମା ମଙ୍ଗଳାଙ୍କ ଶକ୍ତି ପୀଠ ଭକ୍ତ ଶୂନ୍ୟ। ବିନା ଭକ୍ତରେ ଚାଲିଛି ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା । ଆଜି ବିଜୟା ଦଶମୀ । ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡରେ ମା ପୂଜା ପାଇବା କଥା । ଚଳିତବର୍ଷ କରୋନା ମହାମାରୀ ଲାଗି ବିନା ଭକ୍ତରେ ପୂଜା ପାଉଛନ୍ତି ମା’ । କରୋନା କଟକଣା ଭିତରେ ମା’ଙ୍କ ରୀତିନୀତି ଚାଲିଛି । ପୂଜକ, ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନର ସହଯୋଗରେ ଦଶହରାର ସମସ୍ତ କାର୍ଯ୍ୟକ୍ରମ ସଂପାଦନ କରାଯାଉଛି।

କଟକଣାକୁ ଲକ୍ଷ୍ୟରଖି ଖୁବ୍ କମ ସଂଖ୍ୟକ ଶ୍ରଦ୍ଧାଳୁ ଆସୁଛନ୍ତି । ମନ୍ଦିରର ମୁଖ୍ୟ ଫାଟକ ବନ୍ଦ ଥିବାରୁ, ମନ୍ଦିର ବାହାରୁ ମା’ଙ୍କୁ ମୁଣ୍ଡିଆ ମାରି ଫେରୁଛନ୍ତି ଶ୍ରଦ୍ଧାଳୁ । ମହାମାରୀ ଚାଲିଥିଲେ ସୁଦ୍ଧା ମା’ ଙ୍କ ପୂଜାର ପରମ୍ପରା ଓ ବିଧି ରକ୍ଷା ପାଇଁ ସେବକ ଓ ପୂଜକମାନେ ଚଳାଇଛନ୍ତି ଉଦ୍ୟମ । ବିନା ଭକ୍ତରେ ସମ୍ପାଦିତ ହେଉଛି ମା’ଙ୍କ ସମସ୍ତ ପୂଜା ରୀତିନୀତି। ଷଷ୍ଠୀଠାରୁ ନବମୀ ପର୍ୟ୍ୟନ୍ତ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ପୂଜା । ଆଜି ମଧ୍ୟ ଦଶହରା ବା ବିଜୟାଦଶମୀରେ ମା’ଙ୍କ ସମସ୍ତ ନୀତି ସୁଚାରୁରୂପେ ଚାଲୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ