Masthead

ନ୍ୟାୟ ଅପେକ୍ଷାରେ ପ୍ରମିଳା

ରଣପୁର, (ବଡ଼ ଖବର ବ୍ୟୁରୋ): ଶିକ୍ଷିତ ସମାଜରେ ଅସାମାଜିକ କାର୍ଯ୍ୟ । ଛୁଆ ନ ହେବାରୁ ସ୍ତ୍ରୀଙ୍କୁ ଛାଡି ଅନ୍ୟତ୍ର ବିବାହ କରିଛନ୍ତି ସ୍ୱାମୀ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ପଞ୍ଚାୟତ ଲତାର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଲତାର ଗାଁର ଦେବରାଜ ସାହୁଙ୍କ ଝିଅ ପ୍ରମିଳା ସେହି ଗାଁର ଆଦିକନ୍ଦ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଦୀର୍ଘ ୨୩ ବର୍ଷର ବୈବାହିକ ଜୀବନ ପରେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ସନ୍ତତି ହୋଇନଥିଲା । ଆଦିକନ୍ଦଙ୍କ ପରିବାର ଏନେଇ ପ୍ରମିଳାଙ୍କୁ ଦେଉଥିଲେ ଅକଥନୀୟ ନିର୍ଯାତନା । ପ୍ରତିଦିନ ମାଡ଼, ଗାଳି ସହ ଜୀବନରୁ ମାରିଦେବାକୁ ଦିଆଯାଉଥିଲା ଧମକ । ଶେଷରେ ବାଧ୍ୟ ହୋଇ ବାପାଘରେ ଆଶ୍ରୟ ନେଇଛନ୍ତି ପ୍ରମିଳା ।

ନ୍ୟାୟ ପାଇଁ ପ୍ରମିଳା ରଣପୁର ଥାନାଠାରୁ ଆରମ୍ଭ କରି ମହିଳା କମିଶନଙ୍କ ପର୍ଯ୍ୟନ୍ତ ଭେଟିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଆଦିକନ୍ଦ ବାହୁବଳ ଓ ଅର୍ଥବଳ ଲଗାଇ ମାମଲାର ରଫାରଫା କରୁଥିବା କହିଛନ୍ତି ପ୍ରମିଳା । ଶେଷରେ ନିଜ ଭାଗ୍ୟକୁ ଆଦରି ବାପଘରେ ପଡିରହିଛନ୍ତି ପ୍ରମିଳା । ଆଦିକନ୍ଦ ପ୍ରମିଳାଙ୍କ ଭରଣପୋଷଣ ଲାଗି କିଛି ଦେଉନଥିବା ବେଳେ ଶାଶୁଘରକୁ ଯିବାକୁ ମଧ୍ୟ ନେଉନାହଁନ୍ତି । ସେପଟେ ଅନ୍ୟତ୍ର ବିବାହ କରିଛନ୍ତି ଆଦିକନ୍ଦ । ଭାଇ ଭାଉଜଙ୍କ ଉପରେ ବୋଝ ହୋଇ ଆଉ କେତେଦିନ ରହିବି ବୋଲି କହିଛନ୍ତି ପ୍ରମିଳା । ମୋତେ ଉଚିତ ନ୍ୟାୟ ମିଳୁ ବୋଲି ‘ବଡ଼ ଖବର’ ମାଧ୍ୟମରେ ନିବେଦନ କରିଛନ୍ତି ପ୍ରମିଳା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା