Masthead

କେବେ ଶୁଣିବ ପ୍ରଶାସନ? ଗ୍ରାମବାସୀ ନିର୍ମାଣ କଲେ କାଠପୋଲ

କଲମପୁର, (ବଡ଼ ଖବର ବ୍ୟୁରୋ): ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗାଁ ବିକାଶ କଥା ସରକାରଙ୍କ ଡିଣ୍ଡିମ ପିଟାରେ ରହିଯାଇଛି । ତୃଣମୂଳ ସ୍ତରରେ ଏହାର ବାସ୍ତବ ଚିତ୍ର ପୂରା ଭିନ୍ନ ରହିଛି । ଏମିତି ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ-ରାମପୁର ବ୍ଲକ ଖମନପଡ଼ା ଗାଁରେ ।

ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଖମନପଡ଼ା ଗାଁ । ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ । ରାମପୁର-ଦୁମେରପଦର ମୁଖ୍ୟ ରାସ୍ତା ଦେର୍ଲାଛକଠାରୁ ୨କିମି ଖମନପଡ଼ା ମଧ୍ୟରେ ରହିଛି ବାଲିଜୋର ନାଳ । ଏହି ନାଳ ସାଜିଛି ଗ୍ରାମବାସୀଙ୍କ ଗମନାଗମନରେ ପ୍ରତିବନ୍ଧକ । ବାଲିଜୋରର ବେଲଘାଟଠାରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଜନପ୍ରତିନିଧି, ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗୁହାରି କରିଛନ୍ତି । ହେଲେ କୌଣସି ସୁଫଳ ମିଳୁନାହିଁ । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ନିଜ ଉଦ୍ୟମରେ ବେଲଘାଟଠାରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ