Masthead

ଜାଲରେ ରକେଟ୍

ବାହାନଗା, (ବଡ଼ ଖବର ବ୍ୟୁରୋ): ସମୁଦ୍ରକୁ ମାଛ ଧରି ଯାଇଥିବା ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଛି ରକେଟ୍ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପଞ୍ଚୁବିସା ନଦୀପଥ ଦେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । ଜାଲରେ ରକେଟ ଲାଗିଥିବା ଜାଣିବା ପରେ ଡରି ଯାଇଥିଲେ ମତ୍ସ୍ୟଜୀବୀ । ପରେ ଏହାକୁ ଉଦ୍ଧାର କରି ବୋଟରେ କୂଳକୁ ଆଣିଥିଲେ । ରକେଟଟି କୂଳରେ ଲାଗିବା ପରେ ଦେଖିବାକୁ ଲାଗିଥିଲା ଲୋକଙ୍କ ଭିଡ଼ ।


ବୁଧବାର ଚାନ୍ଦିପୁର ପ୍ରତିରକ୍ଷା ବିଭାଗରୁ ମଲ୍ଟି ବେରେଲ ରକେଟ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ କରାଯାଇଥିଲା । ଏକାଧିକ ରକେଟ ଲଞ୍ଚର ୪୮ ସେକେଣ୍ଡରେ ୬ ଟି ରକେଟ୍ ନିକ୍ଷେପ କରାଯାଇଥିଲା । ‘ପିନାକ’ ସର୍ବାଧିକ ଦୂରତା ଅତିକ୍ରମ କରିଥିଲା । ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିବା ରକେଟଟି ବୁଧବାର ପରୀକ୍ଷଣ ହୋଇଥିବା ରକେଟର ଅଂଶବିଶେଷ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା