Masthead

୫ଘଣ୍ଟାରେ ଶେଷ ହେଲା ଜଉକଣ୍ଢେଇ ବିବାହ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ୫ଦିନରେ ହେଉଥିବା ଜଉ କଣ୍ଢେଇ ବିବାହ ୫ଦିନରେ ଶେଷ ହେଲା । ବାଲେଶ୍ୱର ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ୱାରା ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ ହୁଏ ଜଉକଣ୍ଢେଇ ବାହାଘର । ଏହାକୁ ଦୀର୍ଘ ୫ଦିନ ଦରି ପାଳନ କରନ୍ତି ଅଂଚଳବାସୀ । ଚଳିତବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୫ଘଣ୍ଟା ମଧ୍ୟରେ ପ୍ରତୀକାତ୍ମକ ଭାବରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଏହି ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଦୁଇ ଜଉକଣ୍ଢେଇ ଶିଳ୍ପୀ ପରିବାର ଆଗେଇ ଆସିଥିଲେ ।

ବର କର୍ତ୍ତାକର୍ତ୍ତୀ ଭାବରେ ମଦନ ମୋହନ ସାହୁ ଓ ସୁକାନ୍ତି ସାହୁ ଓ କନିଆ କର୍ତ୍ତାକର୍ତ୍ତୀ ଭାବରେ ଭବେନ୍ଦ୍ରନାଥ ଦେ ଓ କବିତା ଦେ ବିବାହ କାର୍ଯ୍ୟକୁ ସଂପାଦନ କରିଛନ୍ତି । କମିଟିର ପ୍ରଥାନୁଯାୟୀ ବରକନ୍ୟା ଉଭୟ ପକ୍ଷ ଉଭୟକୁ ଯୌତୁକ ପ୍ରଦାନ କରି କନିଆକର୍ତ୍ତା ପକ୍ଷରୁ ୟାଶ ବାତ୍ୟା ଜନିତ ସବୁଜିମାର କ୍ଷୟକ୍ଷତିର ଭରଣା ପାଇଁ ଚାରାଗଛ ପ୍ରଦାନ କରିଥିବା ବେଳେ ବର ପକ୍ଷରୁ କୋଭିଡ ୧୯ ପାଇଁ ମାସ୍କ ଓ ସାନିଟାଇଜର ବଣ୍ଟନ ପ୍ରଦାନ କରିଥିଲେ । ତେବେ ପ୍ରତିବର୍ଷ ହଜାର ହଜାର ଲୋକ ଯୋଗ ଦେଉଥିବା ବେଳେ ଚଳିତ ବର୍ଷ ୨୦ ଜଣ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ