Masthead

ଗାଡ଼ି ସହ ଶାଳକାଠ ଜବତ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କଙ୍କଡ଼ାହାଡ଼ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡଙ୍ଗାପାଳ ଗାଁ ନିକଟରୁ ଏକ ପିକଅପ ଭ୍ୟାନ ସହିତ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ ହୋଇଛି । ଏହି ଅସାଧୁ କାରବାରେ ସାମିଲ୍ ଥିବା ଅଭିଯୋଗରେ ଜଣକୁ ଗିରଫ କରିଛନ୍ତି ବନବିଭାଗ କର୍ମଚାରୀ । ଗିରଫ ଅଭିଯୁକ୍ତ ଜଣଙ୍କ କଙ୍କଡ଼ାହାଡ଼ ଥାନା ଶଶାପଶି ଗାଁର ପ୍ରଦୀପ କବି ।

ରେଞ୍ଜର ସତ୍ୟନାରାୟଣ ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୋରରୁ କଙ୍କଡ଼ାହାଡ଼ ଫରେଷ୍ଟର ଅଜିତ କୁମାର ଦଳେଇ ଓ ବିରାଶାଳ ଫରେଷ୍ଟର ଉଦ୍ଧବ ବେହେରା ପାଟ୍ରୋଲିଂ କରୁଥିବା ସମୟରେ ଶାଳକାଠ ବୋଝେଇ ଏହି ପିକଅପ ଗାଡିକୁ ଜବତ କରିଥିଲେ । ବନ କର୍ମଚାରୀମାନେ ଗାଡ଼ି ଚାଳକଙ୍କୁ ଗିରଫ କରିଥିଲେ । ଓଆର ୦୬ ଏଫ ୮୦୭୪ ନମ୍ବର ପିକଅପ ଭ୍ୟାନଟି ଶଶାପଶି ଗାଁରୁ କାମାକ୍ଷାନଗର ଥାନା ବଡ଼ସୁଆଁଳ ଗାଁକୁ ଚୋରା କାଠ ଧରି ଯାଉଥିବା ଜଣାପଡିଛି । ଗିରଫ ଅଭିଯୁକ୍ତକୁ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ