Masthead

ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ସକାଳେ ଗାଜିଆବାଦ ରେଳ ଷ୍ଟେସନ‌ରେ ଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଲଗେଜ୍‌ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଥିଲା। ସକାଳ ପ୍ରାୟ ୭ଟା ରେ ନୂଆଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିଥିଲା। ନିଆଁଦ୍ୱାରା ପ୍ରଭାବିତ କୋଚଟିକୁ ଟ୍ରେନରୁ କାଢ଼ି ଦିଆଯାଇଛି । ସମସ୍ତ ଯାତ୍ରୀ ବର୍ତ୍ତମାନ ନିରାପଦ ଅଛନ୍ତି । ସୂଚନାଅନୁସାରେ, ଗତ ଶନିବାର ଦିଲ୍ଲୀରୁ ଡେରାଡୁନ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ ଲାଗିଯାଇଥିଲା । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସୂଚନା ମିଳିଥିଲା । ତେବେ ନିଆଁଲିଭା କର୍ମଚାରୀ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ଅନ୍ୟ କୋଚକୁ ଏହା ବ୍ୟାପିନଥିଲା । ନିଆଁ ଲାଗିଥିବା କୋଚକୁ ପୃଥକ କରାଯିବା ପରେ ଟ୍ରେନ୍ ଗଡିଥିଲା ।

କିନ୍ତୁ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣା ପଡିନାହିଁ । ଦମକଳ ବିଭାଗର କହିବାନୁସାରେ, ତୁରନ୍ତ ଦମକଳ ବାହିନୀର ୬ଟି ଗାଡି ପହଁଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁ ଟ୍ରେନର ସବୁଠାରୁ ପଛ ବଗିରେ ଲାଗିଥିଲା । ଏହି ବଗିରେ ଜେନେରେଟର ଓ ମାଲ୍ ରହିଥାଏ । ତୁରନ୍ତ ନିଆଁ ଲାଗିଥିବା ବଗିକୁ ଟ୍ରେନକୁ ଅଲଗା କରି ଦିଆଯାଇଥିଲା । ଫଳରେ ବଡ ଧରଣର ଅଘଟଣରୁ ଏଡାଇ ଦିଆଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ