Before Header

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଗୋଡ଼ ଅଚଳ

0 87

କଟକ(ବଡ଼ ଖବର ବ୍ୟୁରୋ): ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଗୋଡ଼ ଅଚଳ । ଡାକ୍ତରଙ୍କୁ ଦାୟୀ କଲେ ରୋଗୀଙ୍କ ମା । ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଏବେ ଜଗତସିଂପୁରର ଦୁଷ୍ମନ୍ତ ଦାସଙ୍କ ଚିକିତ୍ସା କରାଯାଉ ନାହିଁ । ୨୦୨୦ ମାର୍ଚ୍ଚ ୨୨ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମଗୋଡରେ ଗଭୀର କ୍ଷତ ହୋଇଥିଲା । ଚିକିତ୍ସା ପାଇଁ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲକୁ ଆସିଥିଲେ ।

ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ପ୍ରଥମ ଅପରେସନ କରାଯାଇଥିଲା । ପରେ ଜୁନ ୧୯ରେ ଦ୍ୱିତୀୟ ଅପରେସନ କରାଯାଇଥିଲା । ଜୁଲାଇ ୭ରେ ଡାକ୍ତର ଦୁଷ୍ମନ୍ତଙ୍କୁ ଘରକୁ ପଠାଇ ଦେଇଥିଲେ । ପର ମୁହୂର୍ତ୍ତରେ  ଗୋଡ଼ ଭଲ ନହେବାରୁ ପୁଣି ବଡ଼ ମେଡିକାଲକୁ ଆସିଲେ ଦୁଷ୍ମନ୍ତ । ଡାକ୍ତର ଆଡମିଶନ ନକରି ତାରିଖ ଗଡ଼ାଇ ଚାଲିଲେ । ଜଗତସିଂହପୁର ଜିଲ୍ଲାପାଳ ନିର୍ଦ୍ଦେଶରେ ଦୁଷ୍ମନ୍ତ ପୁଣି କଟକ ବଡ଼ ମେଡିକାଲକୁ ଆସିଥିଲେ ।

ସେଠାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ପରେ ସରକାର ବିଜୁ କୃଷକ କଲ୍ୟାଣ କାର୍ଡରେ ଟଙ୍କା ଦେବେ ନାହିଁ କହି ସରକାର ଘରକୁ ପଠାଇ ଦେଇଥିଲେ । ଦୁଷ୍ମନ୍ତ ସ୍ଥାନୀୟ ବିଧାୟକ, ସାଂସଦ ଏବଂ ନବୀନ ନିବାସ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ।

Leave A Reply

Your email address will not be published.