ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଗୋଡ଼ ଅଚଳ

କଟକ(ବଡ଼ ଖବର ବ୍ୟୁରୋ): ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଗୋଡ଼ ଅଚଳ । ଡାକ୍ତରଙ୍କୁ ଦାୟୀ କଲେ ରୋଗୀଙ୍କ ମା । ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଏବେ ଜଗତସିଂପୁରର ଦୁଷ୍ମନ୍ତ ଦାସଙ୍କ ଚିକିତ୍ସା କରାଯାଉ ନାହିଁ । ୨୦୨୦ ମାର୍ଚ୍ଚ ୨୨ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମଗୋଡରେ ଗଭୀର କ୍ଷତ ହୋଇଥିଲା । ଚିକିତ୍ସା ପାଇଁ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲକୁ ଆସିଥିଲେ ।

ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ପ୍ରଥମ ଅପରେସନ କରାଯାଇଥିଲା । ପରେ ଜୁନ ୧୯ରେ ଦ୍ୱିତୀୟ ଅପରେସନ କରାଯାଇଥିଲା । ଜୁଲାଇ ୭ରେ ଡାକ୍ତର ଦୁଷ୍ମନ୍ତଙ୍କୁ ଘରକୁ ପଠାଇ ଦେଇଥିଲେ । ପର ମୁହୂର୍ତ୍ତରେ  ଗୋଡ଼ ଭଲ ନହେବାରୁ ପୁଣି ବଡ଼ ମେଡିକାଲକୁ ଆସିଲେ ଦୁଷ୍ମନ୍ତ । ଡାକ୍ତର ଆଡମିଶନ ନକରି ତାରିଖ ଗଡ଼ାଇ ଚାଲିଲେ । ଜଗତସିଂହପୁର ଜିଲ୍ଲାପାଳ ନିର୍ଦ୍ଦେଶରେ ଦୁଷ୍ମନ୍ତ ପୁଣି କଟକ ବଡ଼ ମେଡିକାଲକୁ ଆସିଥିଲେ ।

ସେଠାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ପରେ ସରକାର ବିଜୁ କୃଷକ କଲ୍ୟାଣ କାର୍ଡରେ ଟଙ୍କା ଦେବେ ନାହିଁ କହି ସରକାର ଘରକୁ ପଠାଇ ଦେଇଥିଲେ । ଦୁଷ୍ମନ୍ତ ସ୍ଥାନୀୟ ବିଧାୟକ, ସାଂସଦ ଏବଂ ନବୀନ ନିବାସ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର