Masthead

ଥରୁଛି କନ୍ଧମାଳ

କନ୍ଧମାଳ(ବଡ଼ ଖବର ବ୍ୟୁରୋ): ମୌସୁମୀ ଯାଇଛି, ଶୀତ ଅସିଛି । କନ୍ଧମାଳରେ ଲାଗି ରହିଛି ଶୀତର ଲହରୀ । ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଶୀତରେ ଥରୁଛି । ଜିଲ୍ଲାର ଦାରିଙ୍ଗିବାଡି, ବେଲଘର, କୋଟଗଡ,ବାଲିଗୁଡା ଆଦି ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଧୀରେ ଧୀରେ ପାରଦ ଖସିବା ସହ ଘନ କୁହୁଡ଼ିର ଅସ୍ତରଣ ବଢିବାରେ ଲାଗିଛି । ଶୀତୁଆ ସକାଳର ଭରପୂର ମଜ୍ଜା ଉଠାଉଛନ୍ତି ଅଞ୍ଚଳବାସୀ । ପାରଦ ୧୦ଡିଗ୍ରୀ ତଳକୁ ଖସିଛି । ଦିନ ୧୨ଟା ପୂର୍ବରୁ ସୁର୍ଯ୍ୟଙ୍କୁ ଦେଖିବା ଅସମ୍ଭବ । କରୋନା କଟକଣା ପଇଁ ପର୍ଯଟକଙ୍କୁ କନ୍ଧମାଳ ମନା କରାଯାଇଛି । କିନ୍ତୁ ପହିଲି ଶୀତର ଭରପୁର ମଜ୍ଜା ନେଉଛନ୍ତି ସ୍ଥାନୀୟ ଲୋକେ । ପାର୍କ ଓ ଷ୍ଟାଡିୟମ ବନ୍ଦ ଥିବାରୁ ଲୋକେ ରାସ୍ତା ଉପରେ ବ୍ୟାୟମ କରି ଶୀତର ମଜ୍ଜା ନେଉଛନ୍ତି । ତେବେ ଶୀତ ସାଙ୍ଗକୁ ଘନ କୁହୁଡି ମାଡି ରହିଛି । ୧୦ଟା ପୁର୍ବରୁ ଚାରିଆଡେ କୁହୁଡି ମାଡି ରହୁଛି । ଫଳରେ ଗାଡି ଚଳାଚଳା ବଧାପ୍ରାପ୍ତ ହେଉଛି । ଗତକାଲି ସନ୍ଧ୍ୟା ପରଠାରୁ କୋହଲିଆ ପବନ ବହିବା ସହ ଶୀତ ମଧ୍ୟ ଅନୁଭୁତ ହେଉଛି । ଗ୍ରମାଞ୍ଚଳ ଗୁଡିକରେ ଶୀତଦାଉରୁ ବର୍ତ୍ତିବା ପାଇଁ ଲୋକେ ଜାଳୁଛନ୍ତି କାଠ ଓ କୋଇଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ