ପୂର୍ବ ଶତ୍ରୃତାରୁ ବୋମାମାଡ଼

ବାଙ୍କୀ, (ବଡ଼ ଖବର ବ୍ୟୁରୋ): ବାଙ୍କୀ ଥାନା କନ୍ତପହଁରା ପଞ୍ଚାୟତ ଆନନ୍ଦନାଥପାଟଣା ସାହି ଦୋଳମଣ୍ଡପ ଗାଁରେ ବୋମାମାଡ଼ । ପୂର୍ବ ଶତ୍ରୃତାରୁ ହୋଇଛି ବୋମାମାଡ଼ । ବୋମାମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଘୋଳପୁର ଗାଁ ବାଉତୀସାହିର ଗୋବିନ୍ଦ ବେହେରା । ମୃତକଙ୍କ ବାପା ଶରତଚନ୍ଦ୍ର ବେହେରା ଘଟଣା ସମ୍ପର୍କରେ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି । ଶନିବାର ସକାଳେ ଗୋବିନ୍ଦ ରାସନ କିଣିବା ଲାଗି ବଜାରକୁ ଯାଇଥିଲେ । ଦୋଳମଣ୍ଡପ ଗାଁର କିଛି ଦୁର୍ବୃତ୍ତ ହଠାତ ଗୋବିନ୍ଦଙ୍କ ଉପରେ ବୋମାମାଡ଼ କରିଥିଲେ ।

ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଗୋବିନ୍ଦ । ତଳେ ପଡ଼ିବା ଯିବାପରେ ଗୋବିନ୍ଦଙ୍କ ମୁହଁକୁ ପଥରରେ ଛେଚି ରକ୍ତାକ୍ତ କରି ପକାଇଥିଲେ ଦୁର୍ବୃତ୍ତମାନେ । ସ୍ଥାନୀୟ ଲୋକେ ସୁବର୍ଣ୍ଣପୁର ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଗୋବିନ୍ଦଙ୍କ ମୃତଦେହକୁ ପୋଲିସ ଉଦ୍ଧାର କର ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରୁ ଦୁଇଟି ଜୀବନ୍ତ ବୋମା ଉଦ୍ଧାର କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗୋବିନ୍ଦଙ୍କ ପରିବାର ଲୋକେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!