Masthead

ପୂର୍ବ ଶତ୍ରୃତାରୁ ବୋମାମାଡ଼

ବାଙ୍କୀ, (ବଡ଼ ଖବର ବ୍ୟୁରୋ): ବାଙ୍କୀ ଥାନା କନ୍ତପହଁରା ପଞ୍ଚାୟତ ଆନନ୍ଦନାଥପାଟଣା ସାହି ଦୋଳମଣ୍ଡପ ଗାଁରେ ବୋମାମାଡ଼ । ପୂର୍ବ ଶତ୍ରୃତାରୁ ହୋଇଛି ବୋମାମାଡ଼ । ବୋମାମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଘୋଳପୁର ଗାଁ ବାଉତୀସାହିର ଗୋବିନ୍ଦ ବେହେରା । ମୃତକଙ୍କ ବାପା ଶରତଚନ୍ଦ୍ର ବେହେରା ଘଟଣା ସମ୍ପର୍କରେ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି । ଶନିବାର ସକାଳେ ଗୋବିନ୍ଦ ରାସନ କିଣିବା ଲାଗି ବଜାରକୁ ଯାଇଥିଲେ । ଦୋଳମଣ୍ଡପ ଗାଁର କିଛି ଦୁର୍ବୃତ୍ତ ହଠାତ ଗୋବିନ୍ଦଙ୍କ ଉପରେ ବୋମାମାଡ଼ କରିଥିଲେ ।

ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଗୋବିନ୍ଦ । ତଳେ ପଡ଼ିବା ଯିବାପରେ ଗୋବିନ୍ଦଙ୍କ ମୁହଁକୁ ପଥରରେ ଛେଚି ରକ୍ତାକ୍ତ କରି ପକାଇଥିଲେ ଦୁର୍ବୃତ୍ତମାନେ । ସ୍ଥାନୀୟ ଲୋକେ ସୁବର୍ଣ୍ଣପୁର ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଗୋବିନ୍ଦଙ୍କ ମୃତଦେହକୁ ପୋଲିସ ଉଦ୍ଧାର କର ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରୁ ଦୁଇଟି ଜୀବନ୍ତ ବୋମା ଉଦ୍ଧାର କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗୋବିନ୍ଦଙ୍କ ପରିବାର ଲୋକେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା