ଖୋଲିଲା ସାତକୋଶିଆ ବାଲୁକା ପର୍ଯ୍ୟଟନ କେନ୍ଦ୍ର

ଗଣିଆ (ବଡ଼ ଖବର ବ୍ୟୁରୋ): ଖୋଲିଲା ସାତକୋଶିଆ ବାଲୁକା ପର୍ଯ୍ୟଟନ କେନ୍ଦ୍ର । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସାଉଥ୍ ବଦମୂଳ ଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ସାତକୋଶିଆ ବାଲୁକା ପର୍ଯ୍ୟଟନ କେନ୍ଦ୍ର ରବିବାର ଖୋଲିଛି। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ଜଣ ପର୍ଯ୍ୟଟନ ଆସି ପହଞ୍ଚିଛନ୍ତି। ମହାନଦୀର ବାଲୁକା ଶଯ୍ୟାରେ ୧୨ଟି ତମ୍ବୁ କଟେଜ ରହିଥିବା ବେଳେ ମାଙ୍ଗଣସି ପାହାଡ଼ ପାଦଦେଶରେ ୩ଟି ଶୀତତାପ ନିୟନ୍ତ୍ରିତ ତମ୍ବୁ କଟେଜ ଓ ୪ ଟି ବିଳାସପୂର୍ଣ୍ଣ କଟେଜ ରହିଛି।

ପ୍ରାକୃତିକ ପରିବେଶ ଓ ଜୈବ ବିବିଧତାର ଗନ୍ତାଘର ପାଲଟି ଥିବା ସାତକୋଶିଆ ଗଣ୍ଡର ମଜ୍ଜା ପ୍ରତିବର୍ଷ ପର୍ଯ୍ୟଟକମାନେ ଉଠାଇଥାନ୍ତି। ତେବେ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ପରିଚାଳନା କମିଟି ସଦସ୍ୟମାନେ କହିଛନ୍ତି। ଗତ ବର୍ଷ ଓଡ଼ିଶାର ଅନ୍ୟ ପର୍ଯ୍ୟଟନସ୍ଥଳୀ ଅପେକ୍ଷା ଏହି ପର୍ଯ୍ୟଟନସ୍ଥଳୀ ଅଧିକ ରାଜସ୍ୱ ଆଦାୟ କରି ପୁରସ୍କୃତ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!