Masthead

ମନ କଥା କହିଲେ ବଲିଉଡର ଫିଟନେଶ୍ କୁଇନ୍ ମଲାଇକା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମନ କଥା କହିଲେ ବଲିଉଡର ଫିଟନେଶ୍ କୁଇନ୍ ମଲାଇକା । ସମସ୍ତଙ୍କ ସାମ୍ନାରେ ବଖାଣିଲେ ନିଜର ଇଚ୍ଛା । ତାଙ୍କୁ କିଭଳି ପୁଅ ପସନ୍ଦ ସେ ନେଇ ଖୁଲାସା କଲେ ମଲାଇକା । ଯାହା ଏବେ ସବୁଠି ଚର୍ଚ୍ଚା ପାଲଟିଛି । ମଲାଇକା ଏବେ ଇଣ୍ଡିଆଜ୍ ନେକ୍ସଷ୍ଟ ଟପ୍ ମଡେଲ ସୋ’ର ଜଜ୍ ଭାବେ ଦେଖିବାକୁ ମିଳୁଛନ୍ତି । ନିକଟରେ ଏହି ସୋ ରେ ତାଙ୍କୁ କିଭଳି ପୁଅ ପସନ୍ଦ ସେ ନେଇ ସେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଶକ୍ତ ପୁଅମାନେ ଖୁବ୍ ପସନ୍ଦ । ପୁଅମାନଙ୍କ ଚିକ୍କଣ ଚେହେରା ଏବଂ ଯେଉଁମାନେ ଗସିପ୍ କରନ୍ତି ସେମାନେ ତାଙ୍କୁ ବିଲକୁଲ ବି ପସନ୍ଦ ନୁହେଁ । ଏହା ସହ ଯେଉଁ ପୁଅ ଭଲ କିସ୍ କରିପାରେ ତାଙ୍କୁ ସେ ଅଧିକ ପସନ୍ଦ କରନ୍ତି ବୋଲି କହିଛନ୍ତି ।

ତେବେ ମଲାଇକାଙ୍କ ଠାରୁ ଏସବୁ ଶୁଣିବା ପରେ ତାଙ୍କୁ ବୟ ଫ୍ରେଣ୍ଡ୍ ଅର୍ଜୁନ୍ କପୁରଙ୍କ ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା । ଅର୍ଜୁନଙ୍କ ନାମ ଶୁଣିବା ମାତ୍ରେ ହିଁ ଲାଜେଇ ଯାଇଥିଲେ ମଲାଇକା । ସେ କହିଥିଲେ ଯେ ଅର୍ଜୁନ କପୁର ତାଙ୍କୁ ଭଲ ଭାବେ ବୁଝନ୍ତି ଓ ଜାଣନ୍ତି । ଏଥି ସହିତ ହଇରାଣ ମଧ୍ୟ କରନ୍ତି ।ତେବେ ଖବର ଅନୁସାରେ ଅର୍ଜୁନ କପୁର ମଧ୍ୟ ପୂର୍ବରୁ ଏକ ସାକ୍ଷାତକାରରେ ଏହି ସମାନ ଉତ୍ତର ଦେଇଥିଲେ । ସେ ବି କହିଥିଲେ ଯେ ମଲାଇକା ଏପରି ଜଣେ ବ୍ୟକ୍ତି ଯିଏ ତାଙ୍କୁ ଦେଖିବା ମାତ୍ରେ ହିଁ ତାଙ୍କ ଦିନ କିପରି ଥିଲା ସେ ବିଷୟରେ ସେ କହିପାରିବେ । ଏବଂ ମଲାଇକା ମଧ୍ୟ ତାଙ୍କୁ ଖୁବ୍ ଭଲରେ ବୁଝନ୍ତି ବୋଲି କହିଥିଲେ ଅର୍ଜୁନ୍ ।

ତେବେ ଅରବାଜ୍ ଖାନଙ୍କ ସହ ଛାଡପତ୍ର ପରେ ମଲାଇକା ଓ ଅର୍ଜୁନ୍ କପୁର ଲିଙ୍କ୍ ଅପ୍ରେ ରହିଛନ୍ତି । ୨୦୨୯ରୁ ଦୁହିଁଙ୍କ ରିଲେଶନସିପ୍ ବିଷୟରେ ସବୁଠି ଚର୍ଚ୍ଚା ହେଉଛି । ପାର୍ଟି ହେଉ ଅବା ହଲିଡେ ସବୁଠି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ । ସୋସିଆଲ ମିଡିଆରେ ବି ଉଭୟଙ୍କର କିଛି କପଲ ଫଟୋ ଅନେକ ସମୟରେ ବେଶ୍ ଭାଇରାଲ ହୁଏ । । ଦୁହେଁ ଦୁହିଁଙ୍କୁ ନେଇ ସୋସିଆଲ ମିଡିଆରେ ବି କିଛି ସ୍ପେସିଆଲ ପୋଷ୍ଟ କରିଥାନ୍ତି । ତେବେ ଏହି ଲଭ୍ ବାର୍ଡ କେବେ ମ୍ୟାରେଜ କରୁଛନ୍ତି ତାହାକୁ ଦେଖିବାକୁ ଏବେ ବେଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା