Masthead

କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା । କଙ୍ଗନାଙ୍କୁ ଲାଗିଛି ଏବେ ଶକ୍ତ ଝଟକା । ଆଜି ତାଙ୍କ ଟ୍ୱିଟର ଆକାଉଣ୍ଟ ସ୍ଥାୟୀ ଭାବେ ସସପେଣ୍ଡ କରି ଦିଆଯାଇଛି । ଭାରତୀୟ ସେଲେବ୍ରିଟିଙ୍କ ଟ୍ୱିଟର ଆକାଉଣ୍ଟ ସ୍ଥାୟୀ ଭାବେ ସସପେଣ୍ଡ ହେବା ଏହା ପ୍ରଥମ ଘଟଣା। ସେ ସୋସିଆଲ ମିଡିଆରେ ବିବାଦୀୟ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଅଭିନେତ୍ରୀ କଙ୍ଗନା ଚର୍ଚ୍ଚାରେ ରହିଥାନ୍ତି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ବିଜେପି ହାରିବା ଓ ମମତା ବାନାର୍ଜୀ ଜିତିବା ଘଟଣାକୁ ନେଇ କଙ୍ଗନା ସହଜରେ ସହି ପାରି ନଥିଲେ। ଯେଉଁଥିପାଇଁ ସେ ମମତାଙ୍କୁ ଟାର୍ଗେଟ କରି ଏକାଧିକ ବିବାଦୀୟ ଓ ଆପତ୍ତିଜନକ ଟ୍ୱିଟ କରିଥିଲେ। ଉଭୟ ଟିଏମସି ଓ ବିଜେପି ପରସ୍ପରକୁ ଏଥିପାଇଁ ଦାୟୀ କରୁଛନ୍ତି। ସେପଟେ ସେ ହିଂସାକାଣ୍ତ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଧାସଳଖ ଦାୟୀ କରି ଟ୍ୱିଟର ଗାଇଡଲାଇନ ଭୁଲି ଆପତ୍ତିଜନକ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଦିଆଯାଇଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା