ଥମୁନି ବାଘ ଆତଙ୍କ, ଗଲାଣି ଗୋଟିଏ ମଣିଷ ଓ ୧୦ ଟି ଗୃହ ପାଳିତ ପଶୁଙ୍କ ଜୀବନ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଥମୁନି ବାଘ ଆତଙ୍କ। ନେଉଛି ଗୋଟିଏ ପରେ ଗୋଟିଏ ଜୀବନ। ରାତିରେ ଆସୁଛି ସକାଲେ ଜଙ୍ଗଲରେ ଲୁଚି ଯାଉଛି। ଗାଁ ମୁହାଁ ମଣିଷ ଖିଆ ବାଘର ଭୟରେ ଲୋକେ ଆତଙ୍କିତ । ନୂଆପଡ଼ାରେ ସକାଳ ନ ହେଉଣୁ ବାଘ ଆକ୍ରମଣରେ ଜୀବନ ଯିବା ଖବର ସବୁଦିନ ସାମ୍ନାକୁ ଆସୁଛି। ରାତିରେ ଆସୁଛି ଝାମ୍ପି ନେଇ ମାରି ଦେଉଛି। ଆଗରୁ ଦିନକରେ ଗୋଟିଏ ଜୀବନ ନେଉଥିଲା ଆଜି ସିଲେରିବାହାର ଗାଁରେ ବାଘ ଆକ୍ରମଣରେ ଯାଇଛି ଦୁଇଟି ବାଛୁରୀଙ୍କ ଜୀବନ। ଲୋଡ୍ରା, ଧରମବନ୍ଧା , ଆମାନାରା,ତରିଆମହୁଆଭଟ୍ଟା , ଟାନୱାଟ ଆଦି ଅଞ୍ଚଳରେ ବାଘ ଆତଙ୍କରେ ଲୋକେ ଭୟଭୀତ ଅଛନ୍ତି।

ଅଳ୍ପ ଦିନ ଭିତରେ ବାଘ ନେଲାଣି ଗୋଟିଏ ମଣିଷ ଓ ୧୦ ଟି ଗୃହ ପାଳିତ ପଶୁଙ୍କ ଜୀବନ। ଗୋଟିଏ ନୁହେଁ ଏକାଧିକ ବାଘ ଗାଁ ମୁହାଁ ହୋଇଥିବା ଜଣାପଡୁଛି।ସଚେତନ, ସତର୍କ ରହିବା କଥା କହୁଛି ବନ ବିଭାଗ। ସିସିଟିଭି ଫୁଟେଜ ଦ୍ୱାରା ବାଘର ଗତିବିଧି ନିରୀକ୍ଷଣ କରାଯାଉଛି। ବନ ବିଭାଗ ବି ନାକେଦମ ହେଲାଣି। ବାରମ୍ବାର ଏମିତି ହେଲା ପରେ ବି କାହିଁକି ବାଘକୁ ଘଉଡା ଯାଉନାହିଁ ବୋଲି ଲୋକେ କହିବା ଆରମ୍ଭ କଲେଣି। ଯେତିକି ଗୁରୁତ୍ୱର ଏ ଘଟଣାକୁ ଦେଖିବା କଥା ବନ ବିଭାଗ ଦେଖୁ ନ ଥିବା ଅଭିଯୋଗ ବି ଆସୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!