ହୋଲ୍ଡ ହେଲା ‘ତୁଫାନ’ର ରିଲିଜ ଡେଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରହିଗଲା ଫାରହାନ ଅଖତାରଙ୍କ ଫିଲ୍ମ । ଆସନ୍ତା ୨୧ ରେ ରିଲିଜ ହେବାକୁ ଥିଲା ହେଲେ ରହିଗଲା ପେଣ୍ଡିଙ୍ଗ । କରୋନାର କ୍ରେଜ ଦିନକୁ ଦିନ ବଢୁଥିବା ବେଳେ ସବୁ କିଛି ହୋଲ୍ଡ ହୋଇଯାଉଥିବା ବେଳେ ଫିଲ୍ମର ରିଲିଜ ଡେଟ ବି ହୋଲ୍ଡ ହେଉଛି । ଖାଲି ଫିଲ୍ମର ରିଲିଜ ଡେଟ ନୁହେଁ ଫିଲ୍ମ ସୁଟିଂରେ ମଧ୍ୟ ଫୁଲଷ୍ଟପ୍ ଲାଗିଯାଇଛି । ଏହି ସବୁ ନିଷ୍ପତ୍ତି ଷ୍ଟାଫ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ଏହାରି ଭିତରେ ଆସନ୍ତା ୨୧ ତାରିଖରେ ଫାରହାନଙ୍କ ନୂଆ ଫିଲ୍ମ ‘ତୁଫାନ’ ରିଲିଜ ହୋଇଥାନ୍ତା । ହେଲେ ତାହା କରୋନା ପାଇଁ ସ୍ଥଗିତ ହୋଇଯାଉଛି ।

ଗତ ବର୍ଷ ୨୦୨୦ ସେପ୍ଟେମ୍ବର ମାସରେ ଫରାହାନଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଚର୍ଚ୍ଚା ହୋଇଥିଲା । ଗତ ମାର୍ଚ୍ଚ ୧୨ ତାରିଖ ଦିନ ଏହି ଫିଲ୍ମର ଟିଜର ଆମାଜନ ପ୍ରାଇମରେ ରିଲିଜ ହୋଇଥିଲା । ଟିଜର ଦେଖି ଫିଲ୍ମଟିକୁ ଖୁବ ଭଲ ରେସପନ୍ସ ମିଳିଥିଲା । ଆଉ ଏହାର ଫୁଲ୍ ଫିଲ୍ମ ରିଲିଜକୁ ଫ୍ୟାନ ମାନେ ଅପେକ୍ଷା କରିଥିଲେ । ତେବେ ଏହି ଫିଲ୍ମ ରିଲିଜ ପୂର୍ବରୁ ବହୁ ବାଦ ବିବାଦ ଦେଖାଦେଇଛି । ପ୍ରଥମେ ଫାରହାନ ପ୍ରାଇମ ଭିଡିଓରେ ନିଜ କ୍ୟାରେକ୍ଟରର ନାଁ ବଦଳାଇବାକୁ ଚାହୁଛନ୍ତି । ମୃଣାଳ ଠାକୁରଙ୍କ ଚରିତ୍ର ଓ ବକ୍ସରଙ୍କୁ ନେଇ ଯେମିତି ଆଗକୁୂ କୌଣସି ବିବାଦ ନ ଉପୁଜୁ ସେଥିପାଇଁ ଫାରହାନ ନିଜ ନାଁ ବଦଳାଇବାକୁ ଚାହୁଁଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ପରେ ଟିଜରରେ ଏହାକୁ ଖଣ୍ଡନ କରାଯାଇଥିଲା ।

ସେପଟେ ଏହି ଫିଲ୍ମକୁ ଫାରହାନଙ୍କ ‘ଭାଗ ମିଲକା ଭାଗ’ର ନିର୍ଦ୍ଦେଶକ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ସେହିପରି ଫିଲ୍ମରେ ଫାରହାନଙ୍କ ସହ ମୃଣାଲ ଠାକୁର, ପରେଶ ରାଉଲ, ବିଜୟ ରାଜ, ଦର୍ଶନ କୁମାର ପ୍ରମୁଖ ନଜର ଆସିବେ । ଏଥିରେ ବକ୍ସର ଚରିତ୍ରରେ ଅଛନ୍ତି ଅରଫାନ । ଯାହାକି ଏହି ଫିଲ୍ମ ଏକ ସ୍ପୋର୍ଟସ୍ ଡ୍ରାମା ଉପରେ ଆଧାରିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ