୧୨ଟି କେରାଣ୍ଡି ପାଇଁ କଙ୍ଗାରୁ କୋର୍ଟ, ଲୋକଲଜ୍ୟା ସହିନପାରି ଜୀବନ ହାରିଲେ ଯୁବକ

ମୟୁରଭଞ୍ଜ(ବଡ଼ ଖବର ବ୍ୟୁରୋ): ମାଛ ଚୋରି ଅଭିଯୋଗ ଆଣି ଗାଁରେ ବସିଲା କଙ୍ଗାରୁ କୋର୍ଟ। ମାଡ଼ ମାରିବା ସହ ଦିଆଗଲା ୧୨ ଗୋଟି କେରାଣ୍ଡି ମାଛ ପାଇଁ ୧୨୦୦୦ ଟଙ୍କା ଜରିମାନା। ଆଉ ଲୋକଲଜ୍ୟା ସହି ନପାରି ବିଷ ପିଇ ଆତ୍ମହତ୍ୟା କଲେ ଯୁବକ ।ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଗାଆଁରୁ । ଗତ ୯ ତାରିଖ ରାତିରେ ଯଶୋବନ୍ତ ମହାନ୍ତ ନାମକ ଜଣେ ଯୁବକ ଗାଆଁ ପୋଖରୀରୁ ମାଛ ଚୋରି କରିଥିବା ଅଭିଯୋଗ ଆଣି ଗ୍ରାମରେ କୋଙ୍ଗାରୁ କୋର୍ଟ କରି କିଛି ବ୍ୟକ୍ତି ମାରପିଟ କରିବା ସହିତ ୧୨ଟି କେରାଣ୍ଡି ମାଛ ପୋଖରୀରୁ ଧରିଥିବାରୁ ତାଙ୍କୁ ୧୨ ହଜାର ଟଙ୍କା ଅର୍ଥଦଣ୍ତ କରିଥିଲେ ।

ଗ୍ରାମରେ କୋଙ୍ଗାରୁ କୋର୍ଟ ଗତକାଲି ସକାଳୁ ଦିନ ୧୧ଟା ପର‌୍ୟ୍ୟନ୍ତ ଚାଲିଥିଲା । ଏହା ପରେ ଚୋରି କରିଥିବା ଯୁବକକୁ ଛାଡି ଦେଇଥିଲେ । ଯୁବକ ଜଣକ ରକ୍ତାକ୍ତ ଅବସ୍ଥାରେ ଘରକୁ ଯାଇ ସବୁକଥା ବାପାକୁ କହିବା ସମୟରେ ହଠାତ୍ ଅସୁସ୍ଥ ହଇ ଯାଇଥିଲେ। ଯାହା ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଠାକୁରମୁଣ୍ଡା ମେଡ଼ିକାଲ ଆଣିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ଡାକ୍ତର ବିଷ ପିଇ ଥିବା କଥା ମୃତ ଯୁବକଙ୍କ ବାପାଙ୍କୁ କହିଥିଲେ । ତେବେ ମୃତ ଯଶୋବନ୍ତଙ୍କ ବାପା ହତ୍ୟା ଅଭିଯୋଗ ଆଣି ଠାକୁରମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ୍ ଗାଆଁକୁ ଯାଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରି ୮୪/୨୦୨୩ ରେ ଏକ ମାମଲା ରୁଜୁ କରିଛି । ଏହା ସହ ପୋଲିସ ଅନ୍ୟାନ୍ୟ ଦିଗରେ ତଦନ୍ତ ମଧ୍ୟ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ