Before Header

କୋଲାବ ଜଳ ଭଣ୍ଡାରରେ ଡଙ୍ଗା ବୁଡି ଘଟଣା, ୩ ମୃତଦେହ ଉଦ୍ଧାର

0 54

ଲମତାପୁଟ (ବଡ଼ ଖବର ବ୍ୟୁରୋ):  କୋଲାବ ଜଳ ଭଣ୍ଡାରରେ ଡଙ୍ଗା ବୁଡି ଘଟଣା । ତିନି ମୃତଦେହ ଉଦ୍ଧାର । ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଡଙ୍ଗାରେ ମୋଟ ୮ଜଣ ଥିବାବେଳେ ସମସ୍ତେ ଉମ୍ବେଲ ଗାଁରୁ ଯାତ୍ରା ଦେଖି ସେମିଳିଗୁଡ଼ା ବ୍ଲକ ମୁଖିବିଡ଼ଇ ଗାଁକୁ ଫେରୁଥିଲେ । ଦେଶୀ ଡଙ୍ଗାରେ ଯିବାବେଳେ ହଠାତ ଡଙ୍ଗାଟି ବୁଡ଼ିଯାଇଥିଲା ।

୪ ଜଣ ପହଁରି ପହଁରି କୂଳକୁ ଆସିଥିବାବେଳେ ୪ ଜଣ ନିଖୋଜ ହୋଇଯାଇଥିଲେ । ଘଟଣାସ୍ଥଳରେ ନିଖୋଜଙ୍କୁ ଖୋଜାଖୋଜି କରୁଛି ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଗତକାଲି ବବିତା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସାବିତ୍ରୀ କିର୍ସାନୀ ଓ ରମା କିର୍ସାନୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ତହସିଲଦାର, ଆରଆଇ ଓ ସରପଞ୍ଚ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.