Masthead

ମା’ମଙ୍ଗଳାଙ୍କ ପୀଠରେ କଣ୍ଟାଫୋଡା ଯାତ୍ରା

ଘସିପୁରା (ବଡ଼ ଖବର ବ୍ୟୁରୋ):କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗାଁର ଗ୍ରାମଦେବତୀ ମା’ମଙ୍ଗଳାଙ୍କ ପୀଠରେ କଣ୍ଟାଫୋଡା ଯାତ୍ରା ବେଶ ପ୍ରସିଦ୍ଧ । ସଂକ୍ରାନ୍ତି ପୂର୍ବଦିନ ଗ୍ରାମଦେବତୀଙ୍କ ନିକଟରେ ବିଞ୍ଚୁଣି ଓଷା ପାଳିତ ହୋଇଛି । ସଂକ୍ରାନ୍ତିରେ ଶ୍ରଦ୍ଧାଳୁ ମାନେ ଉପବାସ ବ୍ରତ ରଖି ନିଜ ପରିବାରର ତଥା ଅଞ୍ଚଳର ମଙ୍ଗଳ କାମନା କରି ଏହି ଓଷା ପାଳନ କରିଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ଛତ୍ରପଦା ଗାଁରେ ମା ପାଟଣମଙ୍ଗଳା ଏକ ଅନ୍ୟନ ଶକ୍ତିପୀଠ। ଏଠାରେ ପଣା ସଂକ୍ରାନ୍ତି ୫ଦିନଧରି ବହୁ ଆଡମ୍ବରରେ ପାଳନ ହୋଇଛି ।

ସଂକ୍ରାନ୍ତି ପୂର୍ବ ଦିନରୁ ବହୁ ଦୁରଦୁରାନ୍ତରୁ ମାଙ୍କ ମାନସିକ ଧାରି ପାଟୁଆ ଭକ୍ତମାନେ ପାଟୁଆ ହୋଇ ନାଚିଛନ୍ତି । ମନ୍ଦିରରୁ ମାଳ ଓ ବେତ ନେଇ ପରଦିନ ରାତିରେ ଉଜାଗର ରହି ମା ଙ୍କ ବେଢ଼ାରେ ଜାଗର ଦିପ ଜାଳିଥିଲେ । ସଂକ୍ରାନ୍ତି ଦିନ ମା ଙ୍କ ୭ଏକର ପରିମିତ ପୋଖରୀରେ ୧୦ହଜାରରୁ ଉଦ୍ଧ୍ୱର୍ ପାଟୁଆ ଭକ୍ତ ମାନେ ପୋଖରୀରେ ସାତଥର ବୁଡ ପକାଇଛନ୍ତି । ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ