Before Header

ବିବାଦରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ

0 60

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କରି ଦଳ ନେତ୍ରୀଙ୍କ ଦୁଷ୍କର୍ମ ଅଭିଯୋଗକୁ ନେଇ ରାଜ୍ୟରେ ଚହଳ। ଘଟଣାକୁ ନେଇ ସରକାରଙ୍କୁ ଘେରିଛି ବିଜେପି । ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ କୁଶପୁତ୍ତଳିକା ଦାହ କରିଛି ବିଜେପି ଯୁବମୋର୍ଚ୍ଚା । ସେପଟେ ଏ ନେଇ ମନ୍ତ୍ରୀ ମୁହଁ ଖୋଲି ନ ଥିବା ବେଳେ ଏହାକୁ ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି କହିଛନ୍ତି ସାଥୀ ବିଧାୟକ ।  ପୁଣି ବିବାଦରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଏଥର ମନ୍ତ୍ରୀଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଖୋଦ୍ ତାଙ୍କରି ଦଳର ନେତ୍ରୀ । ଏଭଳି ସଂଗୀନ ଅଭିଯୋଗ ପରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି । ପ୍ରେସମିଟ୍ କରି ବିଜେପି କହିଛି, ବିଜେଡି ଦିନକୁ ଦିନ ଅପରାଧୀଙ୍କ ଦଳ ହେବାରେ ଲାଗିଛି । ପୋଲିସ କାହିଁକି ଏଯାଏଁ ମନ୍ତ୍ରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇନାହିଁ ବୋଲି ପ୍ରଶ୍ନ କରିଛି ବିଜେପି ।

ସେପଟେ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ପୋଲସରାରେ ଭାରତୀୟ ଜନତା ପାର୍ଟି ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ପୋଲସରା ବସଷ୍ଟାଣ୍ଡ ଠାର ଶ୍ରୀକାନ୍ତ ସାହୁଙ୍କ କୁଶପୁତଳିକା ଦାହ କରାଯାଇଛି । ମହିଳାଙ୍କୁ ସମ୍ମାନ ନାରା ଦେଉଥିବା ବିଜେଡିର ନିଜ ମହିଳା କର୍ମୀ ଅସୁରକ୍ଷିତ ହେବା ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି ବୋଲି ଭାଜପା ଯୁବମୋର୍ଚ୍ଚା କହିଛି ।  ସେପଟେ ଏଭଳି ଅଭିଯୋଗ ପରେ ପ୍ରତିକ୍ରିୟା ପାଇଁ ମନ୍ତ୍ରୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲା ବଡ଼ ଖବର । ତେବେ ସେ ଏ ନେଇ ପରେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି । ଅଭିଯୋଗକାରିଣୀ କିନ୍ତୁ ମନ୍ତ୍ରୀଙ୍କ ବିରୋଧରେ ମିଡିଆରେ ମୁହଁ ଖୋଲିଛନ୍ତି । ମନ୍ତ୍ରୀ ଶ୍ରୀକାନ୍ତ ସାହୁ ତାଙ୍କୁ ଦୁଷ୍କର୍ମ କରିଥିବା କହିଛନ୍ତି । ଏଘଟଣାରେ ମନ୍ତ୍ରୀ ମୁହଁ ଖୋଲି ନ ଥିଲେ ବି ତାଙ୍କ ଦଳର ବିଧାୟକ ଭାଗିରଥୀ ସେଠୀ ଏହାକୁ ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ତଦନ୍ତ ପରେ ସତ ଜଣାପଡ଼ିବ ବୋଲି ସେ ମତ ଦେଇଛନ୍ତି ।  ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପାଇଁ ଏବେ ଦଳ ବଦନାମ । ଅଭିଯୋଗକାରିଣୀ ଦଳର ଆଗଧାଡ଼ିର ନେତ୍ରୀ । ଶ୍ରୀକାନ୍ତଙ୍କ ସହ ପୂର୍ବରୁ ମଧ୍ୟ ପରିଚୟ । ଏବେ ତାଙ୍କର ଅଭିଯୋଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ।

Leave A Reply

Your email address will not be published.