Masthead

ଆଜି କାରଗିଲ ବିଜୟ ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୯୯୯, ଜୁଲାଇ ୨୬ । କାରଗିଲ ବିଜୟ ଦିବସ । ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। ପାକିସ୍ତାନ ବିରୋଧରେ ଭାରତୀୟ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ। ୧୯୯୯ ମସିହା ଆଜିର ଦିନରେ ଭାରତ ପାକିସ୍ତାନକୁ ପରାଜିତ କରି କାରଗିଲରେ ବିଜୟ ଧ୍ବଜା ଉଡ଼ାଇଥିଲା। କାରଗିଲରେ ଭାରତୀୟ ସୈନ୍ୟମାନେ ପାକିସ୍ତାନକୁ ଧୂଳି ଚଟେଇ ଦେଇଥିଲେ। ପ୍ରାୟ ୨ ମାସ ଧରି କାରଗିଲର ଉଚ୍ଚ ଶୀଖର ପାହାଡ଼ରେ ଶତ୍ରୁ ରାଷ୍ଟ୍ର ସହ ଲଢ଼େଇ କରି ଏହି ଦିନରେ ବିଜୟ ହାସଲ କରିଥିଲେ ଭାରତୀୟ ସେନା ।

କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍‌ରେ କବ୍‌ଜା ଜମାଇ ଥିବା ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ପତାକା ଉଡ଼ାଇଥିଲେ ଭାରତୀୟ ସେନା । ସେଥିପାଇଁ ପ୍ରତି ବର୍ଷ ଜୁଲାଇ ୨୬କୁ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରାଯାଉଛି । ଜମ୍ମୁ-କାଶ୍ମୀର, ଲଦାଖ ଠାରୁ ଆରମ୍ଭ କରି ଦେଶର ଭିନ୍ନ ଭିନ୍ନ ସ୍ଥାନରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । କାରଗିଲ ଯୁଦ୍ଧରେ ଅନେକ ବୀର ଯବାନ ସହିଦ ହୋଇଥିଲେ । କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ, କ୍ୟାପ୍ଟେନ ବିକ୍ରମ ବତ୍ରା, କ୍ୟାପ୍ଟେନ୍‌ ଅମୋଲ କାଲିଆ, ଲେଫ୍ଟନାଣ୍ଟ ବଲୱାନ ସିଂ ଭଲି ଅନେକ ବୀର ଯବାନ ପାକ୍‌ ସେନା ସହ ଲଢ଼େଇରେ ସହିଦ ହୋଇଥିଲେ । ଏହି ବୀରଙ୍କୁ ମନେ ପକାଇ ଆଜି ସାରା ଦେଶରେ ବିଜୟ ଦିବସ ପାଳିତ ହେଉଛି ।

ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା। ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ। କାରଗିଲ ଯୁଦ୍ଧରେ ୫୦୦ରୁ ଅଧିକ ଭାରତୀୟ ଯବାନ ଶହିଦ ହୋଇଥିବାବେଳେ ପାକିସ୍ତାନ ହରାଇଥିଲା ୪୦୦୦ରୁ ଊର୍ଦ୍ଧ୍ବ ସୈନିକ। ପାକିସ୍ତାନକୁ ମାତ୍‌ ଦେବା ପାଇଁ ଭାରତୀୟ ସୈନ୍ୟ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୮ ହଜାର ଫୁଟ ଉଚ୍ଚ ଏବଂ ମାଇନସ୍‌ ୪୮ ଡିଗ୍ରୀ ସେଲସିଅସ୍‌ ତାପମାତ୍ରାରେ ଶତ୍ରୁସୈନ୍ୟର ମୁକାବିଲା କରିଥିଲା ଭାରତୀୟ ସେନା। ଦେଶ ପାଇଁ ଲଢ଼ି ଚାଲିଥିଲେ ଯବାନମାନେ। ସେତେବେଳେ ଏ ଯୁଦ୍ଧ ଟେଲିଭିଜନରେ ପ୍ରସାରିତ ହୋଇଥିଲା। କାରଗିଲ ବିଜୟ ଦିବସ ଅବସରରେ ସାରା ଦେଶ ବୀର ସହିଦମାନଙ୍କୁ ସେମାନଙ୍କର ଅଦମ୍ୟ ସାହସ ପାଇଁ ଶ୍ରଦ୍ଧାଞ୍ଜଳି ଦେଇଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି