Masthead

ପାଇଖାନାରେ ରୋଷେଇ

କର୍ଲାମୁଣ୍ଡା (ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ଭାରତର ନାରା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ପ୍ରତିଧ୍ୱନି ସୃଷ୍ଟି କରୁନାହିଁ । ଏହା କାଗଜକଲମ ଓ ସ୍ଲୋଗାନରେ ସୀମିତ ରହିଛି । ପରିବେଶ ସଫାସୁତରା ପାଇଁ ସରକାର ଦେଇଥିବା ପାଇଖାନା ଏବେ ପାଲଟିଛି ରୋଷେଇ ଘର । ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତର ଯମୁନାପୁର ଗାଁରେ । ଏଇ ଗାଁର ଦେବାର୍ଚ୍ଚନ ସାହୁ ଅତି ଗରିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତାଙ୍କ ନାମ ଅଛି । ପାଇଛନ୍ତି କାର୍ଯ୍ୟାଦେଶ । ମାତ୍ର ତାଙ୍କ ନାଁରେ ଆସିଥିବା ଏକଲକ୍ଷ ଟଙ୍କା ଅନ୍ୟ ଜଣେ ଦେବାର୍ଚ୍ଚନ ସାହୁ ବ୍ୟାଙ୍କରୁ ଉଠାଇଥିବା ଅଭିଯୋଗ ହୋଇଛି । ଘରଖଣ୍ଡେ ନଥିବାରୁ ଏବେ ଦେବାର୍ଚ୍ଚନଙ୍କ ପରିବାର ପାଇଖାନାରେ ରୋଷେଇ କରୁଛନ୍ତି । ଭଙ୍ଗାଘରେ କଟୁଛି ଏଇ ପରିବାରର ଜୀବନ ।

ବ୍ଲକ ଓ ପଞ୍ଚାୟତର ଅସାଧୁ କର୍ମଚାରୀଙ୍କ ଅଣଦେଖା ଯୋଗୁଁ କଷ୍ଟ ଭୋଗୁଛନ୍ତି ଦେବାର୍ଚ୍ଚନଙ୍କ ପରିବାର । ସମସ୍ତ ସୁବିଧା କରାଇଦେବାକୁ କିଛି ଅସାଧୁ କର୍ମଚାରୀ ଦେବାର୍ଚ୍ଚନଙ୍କଠାରୁ ଲାଞ୍ଚ ମାଗୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ