Masthead

ପାଇଖାନାରେ ରୋଷେଇ

କର୍ଲାମୁଣ୍ଡା (ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ଭାରତର ନାରା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ପ୍ରତିଧ୍ୱନି ସୃଷ୍ଟି କରୁନାହିଁ । ଏହା କାଗଜକଲମ ଓ ସ୍ଲୋଗାନରେ ସୀମିତ ରହିଛି । ପରିବେଶ ସଫାସୁତରା ପାଇଁ ସରକାର ଦେଇଥିବା ପାଇଖାନା ଏବେ ପାଲଟିଛି ରୋଷେଇ ଘର । ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତର ଯମୁନାପୁର ଗାଁରେ । ଏଇ ଗାଁର ଦେବାର୍ଚ୍ଚନ ସାହୁ ଅତି ଗରିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତାଙ୍କ ନାମ ଅଛି । ପାଇଛନ୍ତି କାର୍ଯ୍ୟାଦେଶ । ମାତ୍ର ତାଙ୍କ ନାଁରେ ଆସିଥିବା ଏକଲକ୍ଷ ଟଙ୍କା ଅନ୍ୟ ଜଣେ ଦେବାର୍ଚ୍ଚନ ସାହୁ ବ୍ୟାଙ୍କରୁ ଉଠାଇଥିବା ଅଭିଯୋଗ ହୋଇଛି । ଘରଖଣ୍ଡେ ନଥିବାରୁ ଏବେ ଦେବାର୍ଚ୍ଚନଙ୍କ ପରିବାର ପାଇଖାନାରେ ରୋଷେଇ କରୁଛନ୍ତି । ଭଙ୍ଗାଘରେ କଟୁଛି ଏଇ ପରିବାରର ଜୀବନ ।

ବ୍ଲକ ଓ ପଞ୍ଚାୟତର ଅସାଧୁ କର୍ମଚାରୀଙ୍କ ଅଣଦେଖା ଯୋଗୁଁ କଷ୍ଟ ଭୋଗୁଛନ୍ତି ଦେବାର୍ଚ୍ଚନଙ୍କ ପରିବାର । ସମସ୍ତ ସୁବିଧା କରାଇଦେବାକୁ କିଛି ଅସାଧୁ କର୍ମଚାରୀ ଦେବାର୍ଚ୍ଚନଙ୍କଠାରୁ ଲାଞ୍ଚ ମାଗୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ