ଅଘୋଷିତ ବିଦ୍ୟୁତକାଟ, ଇଲେକ୍ଟ୍ରି ଅଫିସ ଘେରିଲେ ଉପଭୋକ୍ତା

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଅତିଷ୍ଠ କଲାଣି ବିଦ୍ୟୁତ୍ ବିଭ୍ରାଟ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ସାଙ୍ଗକୁ ବିଭାଗୀୟ ଜେଇଙ୍କ ବ୍ୟବହାରରେ ଅତିଷ୍ଠ ହେଲଣି ଲୋକେ । ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ବାରମ୍ୱାର ଅଘୋଷିତ ବିଜୁଳି କାଟ ବିରୋଧରେ ଜାରକା ଇଲେକ୍ଟ୍ରିକ ସବ ଷ୍ଟେସନ ଘେରାଉ କରିଛନ୍ତି ସ୍ଥାନୀୟବାସିନ୍ଦା । ବିନା ବିଦ୍ୟୁତ୍ ସଂଯୋଗରେ ପୂରା ରାତି କାଟିବା ପରେ ଉତ୍ତ୍ୟକ୍ତ ଲୋକେ ଜାରକା ଜେଇଙ୍କୁ ଘେରିଛନ୍ତି।

ଜେଇ ଅବନୀକାନ୍ତ ବେହେରା ଫୋନର ଉତ୍ତର ନଦେଇ ଓଲଟି ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍ଥାନୀୟ ଲୋକମାନେ ଯାଇ ଜାରକା ଅଫିସରେ ପହଂଚି ଥିଲେ। ଷ୍ଟାଫ ନଥିବାରୁ କାମ ହେଉ ନଥିବା ଜେଇ କହୁ ଥିବାବେଳେ ରାତି ସମୟରେ ଲାଇନ କଟିଲେ କୌଣସି ବ୍ୟବସ୍ଥା ନଥିବା କହିଥିଲେ। ଯନ୍ତ୍ରୀଙ୍କ ଆଚରଣ ଉଚ୍ଚାରଣକୁ ନପାସନ୍ଦ କରିଛନ୍ତି ସ୍ଥାନୀୟ ଉପଭୋକ୍ତା। ଅପର ପକ୍ଷରେ ଜେଇ ଅବନୀକାନ୍ତ ବେହେରା ଷ୍ଟାଫ ନଥିବା କଥାକୁ ସ୍ବୀକାର କରିଛନ୍ତି । କିନ୍ତୁ ବ୍ୟବହାର କାହାକୁ ଖରାପ କରି ନଥିବା କହିଛନ୍ତି। ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରଯାଇଛି ବୋଲି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ