Masthead

ଅଘୋଷିତ ବିଦ୍ୟୁତକାଟ, ଇଲେକ୍ଟ୍ରି ଅଫିସ ଘେରିଲେ ଉପଭୋକ୍ତା

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଅତିଷ୍ଠ କଲାଣି ବିଦ୍ୟୁତ୍ ବିଭ୍ରାଟ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ସାଙ୍ଗକୁ ବିଭାଗୀୟ ଜେଇଙ୍କ ବ୍ୟବହାରରେ ଅତିଷ୍ଠ ହେଲଣି ଲୋକେ । ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ବାରମ୍ୱାର ଅଘୋଷିତ ବିଜୁଳି କାଟ ବିରୋଧରେ ଜାରକା ଇଲେକ୍ଟ୍ରିକ ସବ ଷ୍ଟେସନ ଘେରାଉ କରିଛନ୍ତି ସ୍ଥାନୀୟବାସିନ୍ଦା । ବିନା ବିଦ୍ୟୁତ୍ ସଂଯୋଗରେ ପୂରା ରାତି କାଟିବା ପରେ ଉତ୍ତ୍ୟକ୍ତ ଲୋକେ ଜାରକା ଜେଇଙ୍କୁ ଘେରିଛନ୍ତି।

ଜେଇ ଅବନୀକାନ୍ତ ବେହେରା ଫୋନର ଉତ୍ତର ନଦେଇ ଓଲଟି ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍ଥାନୀୟ ଲୋକମାନେ ଯାଇ ଜାରକା ଅଫିସରେ ପହଂଚି ଥିଲେ। ଷ୍ଟାଫ ନଥିବାରୁ କାମ ହେଉ ନଥିବା ଜେଇ କହୁ ଥିବାବେଳେ ରାତି ସମୟରେ ଲାଇନ କଟିଲେ କୌଣସି ବ୍ୟବସ୍ଥା ନଥିବା କହିଥିଲେ। ଯନ୍ତ୍ରୀଙ୍କ ଆଚରଣ ଉଚ୍ଚାରଣକୁ ନପାସନ୍ଦ କରିଛନ୍ତି ସ୍ଥାନୀୟ ଉପଭୋକ୍ତା। ଅପର ପକ୍ଷରେ ଜେଇ ଅବନୀକାନ୍ତ ବେହେରା ଷ୍ଟାଫ ନଥିବା କଥାକୁ ସ୍ବୀକାର କରିଛନ୍ତି । କିନ୍ତୁ ବ୍ୟବହାର କାହାକୁ ଖରାପ କରି ନଥିବା କହିଛନ୍ତି। ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରଯାଇଛି ବୋଲି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ