Masthead

ଚିନ୍ତାରେ ଡଙ୍ଗା ବେପାରୀ

କର୍ଲାମୁଣ୍ଡା(ବଡ଼ ଖବର ବ୍ୟୁରୋ): କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାରେ ରୋକ୍ ଲାଗିବା ପରେ ଚିନ୍ତାରେ ଡଙ୍ଗା ବେପାରୀ । କରୋନା ମହାମାରୀ ଅନେକଙ୍କର କୁଳବେଉସା ଉଜାଡି ଦେଇଛି । ଚଳିତ ବର୍ଷ ଅନେକ ପର୍ବପର୍ବାଣୀ ଫିକା ପଡିଛି । ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ପର୍ବ କାର୍ତ୍ତିକ ପୂର୍ଣ୍ଣିମାରେ ବି କରୋନା ଛାଟ ଲାଗିଛି । କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣୀ ତଥା ବାଲିଯାତ୍ରା ଉପରେ କଟକଣା ଲଗାଇଛନ୍ତି । ଏଥର କୌଣସି ପୋଖରୀ,ନଦୀ,ନାଳରେ ଡଙ୍ଗା ଭସାଇବାକୁ ବାରଣ କରାଯାଇଛି । ଏହାର ସିଧାସଳଖ ପ୍ରଭାବ ଡଙ୍ଗା ବେପାରୀଙ୍କ ଉପରେ ପଡିଛି । ଡଙ୍ଗା ବିକ୍ରି କରି ପେଟ ପୋଷୁଥିବା କାରିଗରମାନେ ଏବର୍ଷ ଚିନ୍ତାରେ ପଡିଯାଇଛନ୍ତି। ଡଙ୍ଗା ପାଇଁ ବ୍ୟୟ କରି ସାରିଥିବା ବେପାରୀ ମାନେ କଟକଣା ଲାଗୁ ପରେ ମାନସିକ ଚାପରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି