Masthead

ମାକ୍ସ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସର୍ବାଧିକ କରୋନା ଦ୍ୱାରା ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ଅନ୍ୟତମ । ଏହାର ମୁକାବିଲା ପାଇଁ ସରକାର ମଧ୍ୟ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ତେବେ କରୋନା ମହାମାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଠାକରେ କହିଛନ୍ତି ଆସନ୍ତା ୬ ମାସ ପାଇଁ ରାଜ୍ୟରେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ରହିବ । କିଛି ବିଶେଷଜ୍ଞ ରାଜ୍ୟରେ ପୁଣିଥରେ ଲକଡାଉନ ଲାଗୁ କରିବାକୁ ଓ ରାତ୍ରୀକାଳୀନ କର୍ଫ୍ୟୁ ପାଇଁ ପରାମର୍ଶ ଦେଇଥିବା ବେଳେ ରାଜ୍ୟ ସରକାର ଏଭଲି କରିବାକୁ ଚାହୁଁନାହାନ୍ତି ।

ନୂଆବର୍ଷ ପାଳନ ସମୟରେ କରୋନା ସହ ଜଡିତ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଏପର୍ଯ୍ୟନ୍ତ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇନଥିବାରୁ କରୋନା ନିୟମ ପାଳନ କରିବାକୁ ଉଦ୍ଧବ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ସେ ଆହୁରି କହିଛନ୍ତି, ଆଗାମୀ ୬ ମାସ ପାଇଁ ସର୍ବସାଧାରଣ ସ୍ଥାନରେ ମାକ୍ସ ପିନ୍ଧିବା ଏକ ଅଭ୍ୟାସ ହେବା ଉଚିତ୍ । କୌଣସି ରୋଗର ଚିକିତ୍ସା ଅପେକ୍ଷା ଏହାକୁ ରୋକିବା ଉତମ ବିକଳ୍ପ ବୋଲି ଉଦ୍ଧବ କହିଛନ୍ତି । ସେ କହିଛନ୍ତି ୟୁରୋପୀୟ ଦେଶମାନଙ୍କରେ ଯେପରି ପୁଣି କରୋନା ଲେଉଟିଛି, ଏଥିରୁ ସ୍ପଷ୍ଟ ହୋଇଛି ଯେ ସତର୍କତା ଅବଲମ୍ବନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିାଁ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ