Masthead

କରୁଣାଙ୍କ କରୁଣ କାହାଣୀ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଯାହା ମୁଲଲାଗି ଆଣନ୍ତି ସେଥିରେ ୪ପ୍ରାଣୀ କୁଟୁମ୍ବ ପୋଷନ୍ତି। ହେଲେ ଦାଦନ ଖଟିବାକୁ ଯାଇ ସେଠାରେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇ ଯାଇଥିଲା । ପାଟି ନଖୋଲିବାରୁ କିଛି ଅଜଣା ବ୍ୟକ୍ତି ଆଣି ରାସ୍ତା କଡ଼ରେ ଶୁଆଇଦେଇ ଚାଲିଗଲେ  । ତିନଦିନ ପଡି ରହିଲେ କରୁଣାକର । ପରେ ଭଗବାନ ରୁପି ଆମ୍ବୁଲାନ୍ସ ଡ୍ରାଇଭର ପହଞ୍ଚି ସେଠାରୁ ଉଧାର କରି ପାଖରେ ଥିବା ମେଡ଼ିକାଲରେ ପହଞ୍ଚାଇଥିଲେ।

ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତ ବାଲିଆପାଳ ଗ୍ରାମରେ । ତାଙ୍କର କେହି ନଥିବାରୁ ଚିକିତ୍ସାରୁ ବଞିତ ହୋଇ ମେଡ଼ିକାଲ ବାରଣ୍ଡାରେ ଭାଗ୍ୟକୁ ଆଦରି ପଡ଼ି ରହିଥିଲେ କରୁଣାକର । ମୁକ ପାଲଟି ଯିବା ସହିତ ଶରୀରର ଗୋଟିଏ ପଟ ଅଙ୍ଗ ସମ୍ପୂର୍ଣ୍ଣ ପାରଲିସ ହୋଇ ଯାଇଥିଲା । ଘରଲୋକେ ଯାଇ ହାଇଦ୍ରାବାଦରେ ସମସ୍ତ ମେଡ଼ିକାଲରେ ଖୋଜାଖୋଜି କରିବା ପରେ ହାଇଦ୍ରାବାଦର ଇରୋଡ଼ରେ ଥିବା ମେଡ଼ିକାଲରେ ଥିବା ସନ୍ଧାନ ପାଇଥିଲେ ।

ସେଠାରୁ ଘରକୁ ଆଣିଥିଲେ । ସେବେଠାରୁ ୩ମାସ ହେବ ପକ୍ଷାଘାତ ରୋଗରେ ପଡ଼ି ମରଣ ସହ ସଂଗ୍ରାମ କରି ଘରେ ପଡି ରହିଛନ୍ତି। ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବା ଦୁରର କଥା ଦୁଇଓଳି ଦୁଇମୁଠା ଦାନା ଯୋଗାଡ କରିବା ତାଙ୍କ ପାଇଁ ଅସମ୍ଭବ । ଚିନ୍ତାରେ ପରିବାର । ସରକାରଙ୍କ ସୁବିଧା କହିଲେ ୫କେଜି ଚାଉଳ ।

ସେଥିରେ ପରିବାର ଚଳାଇବା ସମ୍ଭବପର ନୁହେଁ । ସରକାର ଯଦି ଏହି ପରିବାରକୁ ସହାୟତାର ହାତ ବଢାନ୍ତେ ତେବେ ଏହି ପରିବାରର ଦୁଖଃ ଦୂର ହୋଇପାରନ୍ତା ।ଆପଣ ମାନଙ୍କର ସାହାଯ୍ୟ ମଧ୍ୟ ଏହି ଗରିବ ପରିବାରର ମୁହଁରେ ହସ ଫୁଟାଇ ପାରିବ । ସାହାଯ୍ୟ କରିବ ଆକାଉଣ୍ଟ ନଂ-୧୧୫୬୦୧୧୦୦୪୯୯୧୪,-IFCE-୦୦୦୧୧୫୬ ଟଙ୍କା ପଠାଇ ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ