Masthead

ଟ୍ରମ୍ପଙ୍କୁ କରୋନା, କିଏ ହେବେ ରାଷ୍ଟ୍ରପତି?

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କରୋନା ଖବରକୁ ନେଇ ଚର୍ଚ୍ଚା । ଏହାର ପ୍ରଭାବ ବିଶ୍ୱର ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଶେଷକରି, ବିଶ୍ୱ ବଜାରରେ ବଡ଼ ପ୍ରଭାବ ପଡ଼ିଛି । ଟ୍ରମ୍ପ ପଜିଟିଭି ହେବା ପରେ ମାର୍କେଟ କାରବାର ନେଗେଟିଭ ହୋଇଛି । ଅନ୍ୟପକ୍ଷରେ, ଆଉ ଏକ ପ୍ରସଙ୍ଗକୁ ନେଇ ଦୁନିଆ ସାରା ଚର୍ଚ୍ଚା । ତାହା ହେଉଛି, କରୋନା ଯୋଗୁଁ ଟ୍ରମ୍ପଙ୍କୁ ଆଇସୋଲେସନରେ ରହିବାକୁ ପଡ଼ିବ । ସେତେବେଳ ଯାଏଁ ଆମେରିକାରେ ରାଷ୍ଟ୍ରପତି ଦାୟିତ୍ୱ କିଏ ନିର୍ବାହ କରିବ । ଟ୍ରମ୍ପ କାହାକୁ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାର ଦେବେ କି? ତେବେ ଯଦି ସେମିତି ହୁଏ, ତାହେଲେ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ଏହି ଦାୟିତ୍ୱ ମିଳିପାରେ । ଆମେରିକା ସମ୍ବିଧାନର ୨୫ତମ ସଂଶୋଧନର ଧାରା ୩ ଅଧୀନରେ ଏହି ବ୍ୟବସ୍ଥା ରହିଛି । ଟ୍ରମ୍ପ ଫିଟ୍ ହେବା ପରେ ପୁଣି ଦାୟିତ୍ୱ ଗ୍ରହଣ କରିପାରିବେ । କିନ୍ତୁ ଏ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ କୌଣସି ନିଷ୍ପତ୍ତି ଏ ଯାଏଁ ହୋଇନି । ଟ୍ରମ୍ପ ଆଗାମୀ ନିର୍ବାଚନ ସମୀକରଣକୁ ଆଖି ଆଗରେ ରଖି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି । ପୂର୍ବରୁ ୨ ଥର ଆମେରିକା ଇତିହାସରେ ରାଷ୍ଟ୍ରପତି ଉପରାଷ୍ଟ୍ରପତିଙ୍କୁ ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ହସ୍ତାନ୍ତରର ଉଦାହରଣ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ