ଟ୍ରମ୍ପଙ୍କୁ କରୋନା, କିଏ ହେବେ ରାଷ୍ଟ୍ରପତି?

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କରୋନା ଖବରକୁ ନେଇ ଚର୍ଚ୍ଚା । ଏହାର ପ୍ରଭାବ ବିଶ୍ୱର ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଶେଷକରି, ବିଶ୍ୱ ବଜାରରେ ବଡ଼ ପ୍ରଭାବ ପଡ଼ିଛି । ଟ୍ରମ୍ପ ପଜିଟିଭି ହେବା ପରେ ମାର୍କେଟ କାରବାର ନେଗେଟିଭ ହୋଇଛି । ଅନ୍ୟପକ୍ଷରେ, ଆଉ ଏକ ପ୍ରସଙ୍ଗକୁ ନେଇ ଦୁନିଆ ସାରା ଚର୍ଚ୍ଚା । ତାହା ହେଉଛି, କରୋନା ଯୋଗୁଁ ଟ୍ରମ୍ପଙ୍କୁ ଆଇସୋଲେସନରେ ରହିବାକୁ ପଡ଼ିବ । ସେତେବେଳ ଯାଏଁ ଆମେରିକାରେ ରାଷ୍ଟ୍ରପତି ଦାୟିତ୍ୱ କିଏ ନିର୍ବାହ କରିବ । ଟ୍ରମ୍ପ କାହାକୁ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାର ଦେବେ କି? ତେବେ ଯଦି ସେମିତି ହୁଏ, ତାହେଲେ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ଏହି ଦାୟିତ୍ୱ ମିଳିପାରେ । ଆମେରିକା ସମ୍ବିଧାନର ୨୫ତମ ସଂଶୋଧନର ଧାରା ୩ ଅଧୀନରେ ଏହି ବ୍ୟବସ୍ଥା ରହିଛି । ଟ୍ରମ୍ପ ଫିଟ୍ ହେବା ପରେ ପୁଣି ଦାୟିତ୍ୱ ଗ୍ରହଣ କରିପାରିବେ । କିନ୍ତୁ ଏ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ କୌଣସି ନିଷ୍ପତ୍ତି ଏ ଯାଏଁ ହୋଇନି । ଟ୍ରମ୍ପ ଆଗାମୀ ନିର୍ବାଚନ ସମୀକରଣକୁ ଆଖି ଆଗରେ ରଖି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି । ପୂର୍ବରୁ ୨ ଥର ଆମେରିକା ଇତିହାସରେ ରାଷ୍ଟ୍ରପତି ଉପରାଷ୍ଟ୍ରପତିଙ୍କୁ ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ହସ୍ତାନ୍ତରର ଉଦାହରଣ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’