Masthead

କେଜ୍ରିୱାଲଙ୍କ ବଡ଼ ଘୋଷଣା, ଅଯୋଧ୍ୟାକୁ ଯିବା ହେବ ମାଗଣା

ପାନାଜି(ବଡ଼ ଖବର ବ୍ୟୁରୋ): ଆସନ୍ତା ବର୍ଷ ହେବାକୁ ଯାଉଛି ଦେଶର ୪ଟି ରାଜ୍ୟର ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ଏବେ ସେମାନଙ୍କ ରଣନୀତି ବି ପ୍ରସ୍ତୁତ କଲେଣି । ଏହି ସବୁ ନିର୍ବାଚନରେ ଆମ ଆଦମି ପାର୍ଟି ବି ଜୋରଦାର ପ୍ରସ୍ତୁତି ଆରମ୍ଭ କଲାଣି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଲି ବୁଲି ପ୍ରଚାର ପ୍ରସାର କରୁଥିବା ନଜରକୁ ଆସିଛି । ତେବେ ଏହାମଧ୍ୟରେ କେଜ୍ରିୱାଲ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ।

ଗୋଆରେ ଆପ୍ କ୍ଷମତାକୁ ଆସିଲେ ଅଯୋଧ୍ୟାରେ ରାମଙ୍କ ଦର୍ଶନ ପାଇଁ ମାଗଣା ବ୍ୟବସ୍ଥା କରାଯିବ ବୋଲି କହିଚନ୍ତି କେଜ୍ରିୱାଲ । ସେହିପରି ବିଜେପି ସରକାର ଓ ବିରୋଧୀ କଂଗ୍ରେସକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ୨୦୧୭ରେ କେଜ୍ରିୱାଲଙ୍କ ଆପ୍‌ର ଜଣଙ୍କୁ ଛାଡ଼ି ଆଉ ସମସ୍ତ ପ୍ରାର୍ଥୀ ଗୋଆରେ ନିଜର ଅମାନତ ହରାଇଥିଲେ। କିନ୍ତୁ ଏଥିର ଦଳ ଗୋଆରେ ଦିଲ୍ଲୀ ମଡେଲ ଲାଗୁ କରି କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ କେଜ୍ରିୱାଲ ନିଜେ ଘନଘନ ଗୋଆ ଗସ୍ତ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।

ଗୋଆରେ ସେ ଆଜି କହିଛନ୍ତି, “ଆମ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମରେ ବର୍ତ୍ତମାନ ସୁଦ୍ଧା ୧.୧୨ ଲକ୍ଷ ଲୋକ ପଞ୍ଜୀକରଣ କରିସାରିଛନ୍ତି। ଏହା ଗୋଆର ମୋଟ ପରିବାରର ୨୫ରୁ ୩୦%। ଆମେ ଇଲେକ୍ଟ୍ରିସିଟି ଗ୍ୟାରେଣ୍ଟି ସ୍କିମ କଥା କହିଛୁ। ଏଥିରେ ୨.୯ ଲକ୍ଷ ପରିବାର ପଞ୍ଜୀକରଣ କରିଛନ୍ତି। ଏହା ଏକ ବଡ଼ ସଂଖ୍ୟା।” ଗୋଆରେ ସବୁ ପ୍ରତିଶ୍ରୁତି ପୂରଣ ପାଇଁ ଟଙ୍କା କେଉଁଠୁ ଆସିବ ବୋଲି ପ୍ରଶ୍ନରେ କେଜ୍ରିୱାଲ କହିଛନ୍ତି, “ଏହି ପ୍ରଶ୍ନର ଉତ୍ତର ସତ୍ୟପାଲ ମଲିକଜୀ ଦେଇ ସାରିଛନ୍ତି।

ଗୋଆରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସେ ଖୋଲାଖୋଲି ମତ ରଖିଛନ୍ତି। ସତ୍ୟପାଲ ମଲିକ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ନାହାନ୍ତି ବରଂ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ଭୂମିକା ଉପରେ ପ୍ରଶ୍ନ କରିଛନ୍ତି। ମଲିକ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କହିଥିଲେ। ସତ୍ୟପାଲ ମଲିକ ଜଣେ ଅଭିଜ୍ଞ ଲୋକ। ସେ ଉପର ଠାଉଣିଆ ଭାବେ କୌଣସି କଥା କୁହନ୍ତି ନାହିଁ। ରାଜ୍ୟପାଳଙ୍କ ପାଖରେ ନିଜସ୍ୱ ବ୍ୟବସ୍ଥା ରହିଛି। ସେ ଏହାଦ୍ୱାରା ସବୁ ତଥ୍ୟ ସଂଗ୍ରହ କରନ୍ତି।

୧୯୪୭ ମସିହା ପରଠାରୁ କେବେ ହେଲେ କୌଣସି ରାଜ୍ୟପାଳ ନିଜ ପାର୍ଟିର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏପରି ଦୁର୍ନୀତି ଅଭିଯୋଗ ଆଣି ନଥିଲେ। ବିଜେପି ଖୋଲାଖୋଲି ଭାବେ ନିଜର ଦୁର୍ନୀତି ଜାରି ରଖିଛି।” ମାଗଣା ବିଜୁଳି ଓ ନିଯୁକ୍ତି ବ୍ୟତୀତ କେଜ୍ରିୱାଲ ଅଯୋଧ୍ୟାରେ ରାମଙ୍କ ଦର୍ଶନ ପାଇଁ ମାଗଣା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଯଦି ଆପ କ୍ଷମତାକୁ ଆସିବ, ତା’ହେଲେ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅଯୋଧ୍ୟାରେ ରାମଙ୍କ ଦର୍ଶନର ବ୍ୟବସ୍ଥା କରାଯିବ। ଖ୍ରୀଷ୍ଟିୟାନ ଭାଇ ଓ ଭଉଣୀମାନଙ୍କୁ ଭେଲାନକାନ ଏବଂ ମୁସଲିମାନଙ୍କୁ ଆଜମେର ଶରିଫ ଯିବାର ବ୍ୟବସ୍ଥା ହେବ। ଅନେକ ଲୋକ ସାଇ ବାବାଙ୍କ ଉପରେ ଆସ୍ଥା ରଖିଛନ୍ତି। ସେମାନଙ୍କୁ ଶିରିଡ଼ ମଧ୍ୟ ନିଆଯିବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି