Masthead

ରୋଗମୁକ୍ତ ହେବାକୁ ଦରକାର ପଡୁଛି ଧର୍ମ ପରିବର୍ତ୍ତନ

ପାଟଣା, (ବଡ଼ ଖବର ବ୍ୟୁରୋ): ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ସମସ୍ତ ଧର୍ମ କୁ ସମ୍ମାନ ଓ ସମସ୍ତ ଧର୍ମାନୁଷ୍ଠାନ ଗୁଡିକୁ ନିଜର ଧର୍ମ ପାଳନ ପାଇଁ ସମସ୍ତ ସୁବିଧା ସୁଯୋଗ ଓ ସୁରକ୍ଷା ମଧ୍ୟ ସରକାରଙ୍କ ତରଫରୁ ଉପଲବ୍ଧ କରାଯାଇଛି । ତେବେ ରୋଗମୁକ୍ତ ହେବା ପାଇଁ ଧର୍ମାନ୍ତିକରଣ ହେବାକୁ ବାଧ୍ୟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଜୟପୁର ଗ୍ରାମରେ । ଜ୍ୱରପୀଡାରୁ ମୁକ୍ତ କରିବା ପାଇଁ ଜଣେ ପୁରୁଷ ଏବଂ ଜଣେ ମହିଳା ଗ୍ରାମରେ ପହଞ୍ଚି ବାଇବେଲ ପଢିବା, ପ୍ରାର୍ଥନାର ସମୟ ଓ ଶୈଳୀ ବିଷୟରେ ବୁଝାଉଥିବା ବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ । ଏହାପରେ ଗ୍ରାମର ମୁଖିଆ ରମେଶ ହେମ୍ରମ୍ ଏବଂ ଶତାଧିକ ଗ୍ରାମବାସୀ ଉଭୟ ପ୍ରଚାରକଙ୍କୁ ଅଟକ ରଖି ଥାନାକୁ ଯୋଗଯୋଗ କରିଥିଲେ ।

ଘଟଣା ସ୍ଥଳରେ ପାଟଣା ଥାନା ଅଧିକାରୀ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ । ପୂର୍ବରୁ ଉଭୟ ପ୍ରଚାରକ ତିନୋଟି ପରିବାରଙ୍କ ଧର୍ମ ବଦଳାଇ ସାରିଥିବା ସମେତ ଗ୍ରାମରେ ଏକ ଅର୍ଦ୍ଧ-ନିର୍ମିତ ଗିର୍ଜା ମଧ୍ୟ ପ୍ରସ୍ତୁତ ସାରିଥିବା କଥା ଅନୁସନ୍ଧାନ ରେ ସାମ୍ନାକୁ ଆସିଛି । ପୁର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟିଥିବାର ନଜିର ରହିଛି । ସଚେତନତା ର ଅଭାବ ଏବଂ ଜିଲ୍ଲା ପ୍ରଶାସନର ଖାମଖିଆଲ ମନଭାବ ଯୋଗୁଁ ଆଜି ଖୁଲମଖୁଲା ଧର୍ମ ପରିବର୍ତ୍ତନ ପରି ଘଟଣା ସମଗ୍ର ଅଞ୍ଚଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି ।

ହିନ୍ଦୁ ଜାଗରଣ ଜିଲ୍ଲା ସଂଯୋଜକ ଶିବାଜୀ ଗୌତମ ବର୍ମା ମହାନ୍ତ, ସମାଜ ସେବୀ ଅଶ୍ୱିନୀ ମହାନ୍ତ, ହରିଶ୍ଚନ୍ଦ୍ର ମହାନ୍ତ, ରମେଶ ହେମ୍ରମ୍ ଏବଂ ଗ୍ରାମବାସୀ ଘଟଣାର ସମ୍ବେଦନଶୀଳତାକୁ ଦ୍ରୁଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏହି ଘଟଣାର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଅନ୍ୟପଟେ ପାଟଣା ପୋଲିସ୍ ଗ୍ରାମବାସୀଙ୍କୁ ବୁଝାସୁଝା କରି ୧୪୭/୨୦ରେ ଏକ ମାମଲା ଋଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ