ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ପୁଣି ଆବାସିକ ବିଦ୍ୟାଳୟରେ ରେଗିଙ୍ଗି ଘଟଣାର ଭିଡିଓ ହେଲା ଭାଇରଲ । ଖାଲି ମାଡ଼ ନୁହେଁ ଲୁଗା ସଫା କରିବା,ବାସନ ମଜାଇବା କାମରେ ଲଗାଇବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ରାୟଗଡା ସରକାରୀ ଉଚ୍ଚ ବିଦ୍ୟାଳୟରେ । ରାୟଗଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି ।
ଏହାସହ ତାଙ୍କୁ ବାସନ ମଜେଇବା ଓ ଲୁଗାସଫା କାମରେ ଲଗାଇଥିବା ଅଭିଯୋଗ ହୋଇଛି । ଜୁନିୟର ଛାତ୍ରର ବାମ ହାତରେ ଆଘାତ ଲାଗିଥିବା ବେଳେ ଏହି ଘଟଣାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାପିଦେବାକୁ ଉଦ୍ୟମ କରୁଛନ୍ତି । ଏନେଇ ସ୍ଥାନୀୟ ଲୋକ ନିର୍ଯ୍ୟାତନାର ଶିକାର ହୋଇଥିବା ଛାତ୍ରର ପରିବାରକୁ ଜଣାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନି । ଛାତ୍ର ନିର୍ଯ୍ୟାତନା ନେଇ ପ୍ରଶାସନ ପାଖରେ ମଧ୍ୟ ଖବର ନାହଁ ।
