sdsadsassad

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେରଳରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ କଥା ହେଲେ ରାଜ୍ୟ ସରକାର । କେରଳର ସ୍ୱତନ୍ତ୍ର ରିଲିଫ କମିଶାନାର ଏବଂ ସେଠାକାର ଓଡ଼ିଆ ଅଧିକାରୀଙ୍କ ସହ ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନର କଥା ହୋଇଛନ୍ତି । ଓଡ଼ିଶାର ୨ ପରିବାର ଫଶିଛନ୍ତି । ଉଭୟ ଡାକ୍ତରଙ୍କ ଖୋଜ ଖବର ମିଳିନାହିଁ । ହେଲେ ତାଙ୍କ ପତ୍ନୀ ମାନେ ଚିକିତ୍ସିତ ହେଉଛନ୍ତି ।

ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି । ବାୟୁସେନା ଏବଂ ଏନଡିଆରଏଫ ସହ ମଧ୍ୟ ଆମେ ଯୋଗାଯୋଗରେ ଅଛୁ । ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି । ପରିବାର ବର୍ଗଙ୍କୁ ପ୍ରତ୍ୟେକ ସମୟରେ ଅପଡେଟ୍ ଖବର ଦିଆଯାଉଛି ।୨ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି, ଆଶା ଉଦ୍ଧାର ହେବେ ।

Leave a Reply

Your email address will not be published. Required fields are marked *