ଶୂନ୍ୟକାଳରେ ବିଜେଡିକୁ ଟାର୍ଗେଟ କଲେ ବିଜେପି ବିଧାୟକ ବାବୁ ସିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୃହରେ ଶୂନ୍ୟକାଳରେ ବିଜେଡିକୁ ଟାର୍ଗେଟ କଲେ ବିଜେପି ବିଧାୟକ ବାବୁ ସିଂ। କହିଲେ ବିଜେଡି ନେତାଙ୍କ ହ୍ୟାଙ୍ଗଓଭର ଯାଇନାହିଁ।ମୁଖ୍ୟମନ୍ତ୍ରୀ ନାହାନ୍ତି କିନ୍ତୁ ଅନ୍ୟମାନେ ଅଛନ୍ତି । ମୁଁ କହିବାକୁ ଚାହୁଁଛି କି ଆମେ ଆଉ କିଛି ଦିନ ସେପଟେ ବସିଲେ ଭଲ ହୁଅନ୍ତା। କାହିଁକି ନା ଆଜି ବି ବିଜେଡିର ପୂର୍ବତନ ମନ୍ତ୍ରୀମାନେ ମନ୍ତ୍ରୀ ଭାବେ ନିଜର ନାମ ଫଳକ ମାରି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରୁଛନ୍ତି।

ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଆଉ ସେ କେତେ ନାମ ଫଳକ ରଖିଛନ୍ତି କୁହନ୍ତୁ ସେ ଲଗାଇ ଉଦ୍ଘାଟନ କରିସାରନ୍ତୁ ଆମେ ପୁଣି ସରକାରୀ ଦଳରେ ବସିବୁ। ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ମଶାଣି ଉଦ୍ଘାଟନରେ ଯାହାର ଉଦ୍ଧାରଣ ରହିଛି। ବିଜେଡିର ପୂର୍ବତନ ମନ୍ତ୍ରୀ ବି ଆଜି ନିଜକୁ ମନ୍ତ୍ରୀ କହି ନାମ ଫଳକ ମରୁଛନ୍ତି। ଏହା ଉପରେ ବିଚାର କରନ୍ତୁ ବାଚସ୍ପତି ମହୋଦୟ ବୋଲି ଦାବି କରିଛନ୍ତି ବାବୁ ସିଂ। ମୁଁ ବି ମୋ ନାଁ କେଉଁଠି ନ ଲେଖିବାକୁ କହିଛି। କାହିଁକି ନା ଏମାନଙ୍କର ଆଜି ହ୍ୟାଙ୍ଗଓଭର ଯାଇନି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ