Masthead

ଜଳପ୍ରପାତରୁ ପଥର ଖସି ଜୀବନ ଗଲା

ଖଇରା, (ବଡ଼ ଖବର ବ୍ୟୁରୋ): ଜଳପ୍ରପାତରେ ଗାଧୋଇବା ହେଲା କାଳ। ଗାଧୋଇବା ବେଳେ ଉପରୁ ପଥର ଖସି ଜଣେ ଛାତ୍ରର ଜୀବନ ଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଖଇରା ଥାନା କୁପାରୀ ଶାରୀଶୁଆ ପାହାଡ଼ରେ ଥିବା କପିଳଝରି ବନ୍ଧନଟା ଜଳପ୍ରପାତରେ। ଖଇରା ବ୍ଲକ ଅନ୍ତରା ଗ୍ରାମର କିଶୋର ଶୁକ୍ଳଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଶୁକ୍ଳ(୧୫) ଆଜି ଅପରାହ୍ନରେ ନିଜର ସମ୍ପର୍କୀୟଙ୍କ ସହ କୁପାରୀ ଶାରୀଶୁଆ ପାହାଡ଼ରେ ଥିବା ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ସେଠାରେ ପୂର୍ଣ୍ଣଚନ୍ଦ୍ର ଗାଧୋଇବା ବେଳେ ତାଙ୍କ ମୁଣ୍ଡଉପରେ ଏକ ବଡ଼ପଥର ଖସି ପଡ଼ିଥିଲା। ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡ ଫାଟି ଯାଇଥିଲା । । ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ଖଇରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖଇରା ଥାନାର ଏଏସଆଇ ସୁଜାତା ମଲ୍ଲିକ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ମୃତ ପୂର୍ଣ୍ଣଚନ୍ଦ୍ର ନବମ ଶ୍ରେଣୀରେ ପଢ଼ୁଥିଲେ । ଏହି ଘଟଣା ସ୍ଥାନୀୟଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏହି ଜଳପ୍ରପାତକୁ ପର୍ୟ୍ୟଟନସ୍ଥଳୀର ମାନ୍ୟତା ମିଳିନି । ଏଥିପାଇଁ ବାରମ୍ବାର ଦାବି ହୋଇଆସୁଛି । ମାତ୍ର ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ କରୋନା କଟକଣା ନମାନି ସେଠାରେ ପର୍ଯ୍ୟଟକ ଭିଡ଼ ଜମାଉଥିଲେ ମଧ୍ୟ ଖଇରା ପୋଲିସ୍ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏହା ସହିତ ପ୍ରଶାସନ ତରଫରୁ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ ଏଭଳି ଅଘଟଣ ଘଟିଥିବା ସାଧାରଣରେ ଅଭିଯୋଗ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ