Masthead

ମହିଳା ଟି -୨୦ ଚ୍ୟାଲେଞ୍ଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ) : ମହିଳା ଟି – ୨୦ ଚ୍ୟାଲେଞ୍ଜ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ତିନୋଟି ଦଳ ଘୋଷଣା କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ୪ ରୁ ୯ ନଭେମ୍ବର ମଧ୍ୟରେ ଖେଳାଯିବ। ଖେଳାଳିମାନେ ୨୨ ଅକ୍ଟୋବରରେ ୟୁଏଇ ଅଭିମୁଖେ ଯାଇପାରିବେ, ସେମାନେ ଛଅ ଦିନ ପୃଥକ ପୃଥକ ରହିବାକୁ ପଡିବ । ଏହା ପରେ ସେମାନେ ବାୟୋ ସୁରକ୍ଷିତ ପରିବେଶରେ ପ୍ରବେଶ କରିବେ ।
ତିନୋଟି ମହିଳା ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତିନୋଟି ମହିଳା ଦଳ ହେଉଛି ସୁପରନୋଭାସ୍, ଟ୍ରାଏଲବ୍ଲେଜର୍ସ ଏବଂ ଭେଲୋସିଟି । ଏହି ତିନୋଟି ଦଳର ନେତୃତ୍ୱ ତିନି ଜଣ ଭାରତୀୟ ବ୍ୟାଟ୍ସ ମ୍ୟାନ ନେବେ । ହରମାନପ୍ରୀତ କୌର ସୁପରନୋଭାସର ଅଧିନାୟକ ହେବେ। ଟ୍ରାଏଲବ୍ଲେଜର୍ସର ଅଧିନାୟକ ସ୍ମୃତି ମନ୍ଧାନ ହୋଇଥିବାବେଳେ ମିତାଲି ରାଜଙ୍କୁ ଭେଲୋସିଟି ଅଧିନାୟକ ଦାୟିତ୍ୱ ଦିଆଯାଇଛି।
ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡର ମହିଳା ଖେଳାଳି ମଧ୍ୟ ଅଂଶଗ୍ରହଣ କରିବେ। ଟି -୨୦ ଚ୍ୟାଲେଞ୍ଜରେ ୪ ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ୪ ନଭେମ୍ବରରେ ସୁପରନୋଭେଜ୍ ଏବଂ ଭେଲୋସିଟି ମଧ୍ୟରେ ହେବ । ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୫ ରେ ଭେଲୋସିଟି ଏବଂ ଟ୍ରେଲବ୍ଲେଜର ମଧ୍ୟରେ ଖେଳାଯିବ । ନଭେମ୍ବର ୭ ରେ, ଟ୍ରେଲବ୍ଲେଜର ସୁପରନୋଭାସ୍ ସହିତ ମୁହାଁମୁହିଁ ହେବେ । ଫାଇନାଲ ମ୍ୟାଚ ୯ ନଭେମ୍ବରରେ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ