Masthead

ନାବାଳିକାଙ୍କୁ ଅପହରଣ: ଶୁଣୁନି ପୋଲିସ, ଅନଶନ କଲେ ବାପା ମା’

ଆଠଗଡ଼(ବଡ଼ ଖବର ବ୍ୟୁରୋ): ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଥାନା ଆଗରେ ଆମରଣ ଅନଶନ କଲେ ବାପା ମା’ । ତିଗିରିଆ ଥାନା ଅନ୍ତର୍ଗତ ବଡ଼ଡନାଉପୁଟ ପଞ୍ଚାୟତ ଶାଳିଜଙ୍ଗା ଗ୍ରାମର ଜଣେ ନାବାଳିକାଙ୍କୁ ଗତ ୧୫ ତାରିଖରୁ ୫ଜଣ ଯୁବକ ଅପହରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାକୁ ନେଇ ନାବାଳିକାଙ୍କ ବାପା ମା’ ଥାନା ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । କହିଛନ୍ତି ଯେପର୍ଯ୍ୟନ୍ତ ତାଙ୍କ ଝିଅକୁ ଉଦ୍ଧାର ନକରାଯାଇଛି ସେ ପର୍ଯ୍ୟନ୍ତ ଅନଶନରେ ବସିବେ।

ତେବେ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଏପରି ଅନେକ ଅପରାଧ ବଢ଼ିଚାଲିଛି। ମୁଖ୍ୟତଃ ରାଜ୍ୟରେ ମହିଳା ମାନଙ୍କ ବିରୋଧରେ ଅପରାଧ ବଢ଼ୁଛି। ସେହିପରି ନାବାଳିକାଙ୍କ ବିରୋଧରେ ମଧ୍ୟ ଅପରାଧ ବଢ଼ିବାରେ ଲାଗିଛି। ପାରୀ, ପିହୁ ପରି ଅନେକ ଛୋଟ ଛୋଟ ପିଲା ହଠାତ ଗାଏବ ହେଇଯାଉଛନ୍ତି। ଏଭଳି ପରିସ୍ଥିତିରେ ପୋଲିସ ଏପରି ଏକ ମାମଲାକୁ ଗମ୍ଭୀର ଭାବେ ନନେବା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ