ଚିରଞ୍ଜୀବ-ମୋକିମଙ୍କ ନିଲମ୍ବନ, ଉଗ୍ରରୂପ ଦେଖାଇଲେ ସମର୍ଥକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ଧିରେ ଧିରେ ବଢୁଛି ବିବାଦ । ଘନଉଛି ଚିରଞ୍ଜୀବ-ମୋକିମଙ୍କ ନିଲମ୍ବନକୁ ନେଇ ଅସନ୍ତୋଷ । ସମର୍ଥକ ରାଜ୍ୟବ୍ୟାପି କଲେଣି ବିରୋଧ । କେମିତି ମୁକାବିଲା କଂଗ୍ରେସ । କଂଗ୍ରେସ ଭବନରେ ହାଇଡ୍ରାମା । ନାହାନ୍ତି ପ୍ରଭାରୀ କି ପିସିସି । ନିଲମ୍ବନ ପ୍ରତ୍ୟାହାର ଦାବିରେ ଅଟଳ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ସମର୍ଥକ । ଆସିଥିଲେ ଅଭିଯୋଗ ଶୁଣାଇବା ପାଇଁ ହେଲେ ନିରାଶ ହେବାରୁ କଲେ ହଙ୍ଗାମା ।

ନିଲମ୍ବନକୁ ବିରୋଧ କରି କଂଗ୍ରେସ ଭବନ ଆଗରେ ଆରମ୍ଭ ହୋଇଥିଲା ହାଇଡ୍ରାମା । ସମର୍ଥକମାନେ ଗୁରୁବାର ସାମ୍ବାଦିକ ସମ୍ମଳନୀ କରି ପ୍ରଦେଶ କମିଟି ସଭାପତି ଶରତ ପଟ୍ଟନାୟକ ଉପରେ ଅସନ୍ତୋଷ ଝାଡିଥିଲେ । ଉଗ୍ରରୂପ ଦେଖାଇଛନ୍ତି ସମର୍ଥକ । କଂଗ୍ରେସ ଭବନକୁ ପଶିବାକୁ କରିଥିଲେ ଚେଷ୍ଟା । ପିସିସିଙ୍କୁ ଭେଟି ଏନେଇ କରିଥାନ୍ତେ ଆଲୋଚନା । ହେଲେ ତାଙ୍କୁ ବିରୋଧ ପରେ କଂଗ୍ରେସ ଭବନ ସମ୍ମୁଖରେ ଜୋରଦାର ହଙ୍ଗାମା କରିଛନ୍ତି ନିଲମ୍ବିତଙ୍କ ସମର୍ଥକ ।

ଚିରଞ୍ଜୀବ-ମୋକିମ ଜିନ୍ଦାବାଦ ଓ ପିସିସି ମୁର୍ଦ୍ଦାବାଦ ସ୍ଲୋଗାନରେ କମ୍ପିଥିଲା କଂଗ୍ରେସ ଭବନ । କଂଗ୍ରେସ ଭବନରେ ବସିବାର ଥିଲା ଶୃଙ୍ଖଳା କମିଟି ବୈଠକ । ହେଲେ ଚିରଞ୍ଜୀବ-ମୋକିମଙ୍କ ସମର୍ଥକଙ୍କ ପ୍ରତିବାଦ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା । ବାଧ୍ୟ ହୋଇ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ବାସଭବନରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯୋଗ ଦେଇଥିଲେ ଅନ୍ୟ ସଦସ୍ୟମାନେ । ଅଧ୍ୟକ୍ଷ କହିଛନ୍ତି ଏହା ଉପରେ ବିଚାର ବିର୍ମଶ ଚାଳଇଛି । ଏବେ ଯାଏଁ ଆମେ ସମର୍ଥକଙ୍କ ଅଭିଯୋଗ ପାଇ ନାହୁଁ ।

ଯାହା ଅଭିଯୋଗ ଆସିବ ତାହା ଆମେ ଏଆଇସିସି ନିକଟକୁ ପଠାଇବୁ । କଂଗ୍ରେସର ସ୍ଥିତି ଦେଖିଲେ ଲାଗୁନି ନିର୍ବାଚନକୁ ନେଇ ଦଳ ଚିନ୍ତିତ । ଦୁଇ ଟାଣୁଆ ନେତାଙ୍କୁ ନିଲମ୍ବନ ପଡ଼ିବନି ତ ମହଙ୍ଗା । ଦଳକୁ ସଙ୍ଗଠନ କରିବା ପାଇଁ ଆଗେଇ ଆସିଥିବା ନେତାଙ୍କୁ କିଏ କରୁଛି ବିଦା । ତାହାକୁ ନେଇ ଏବେ ଉଠୁଛି ପ୍ରଶ୍ନ । ଆଗକୁ ଏହା ରୂପ ନେବ ଦେଖିବାକୁ ବାକି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ