Masthead

‘ଚିକିତ୍ସା ବ୍ୟବସ୍ଥା କର ନହେଲେ ମାରିଦିଅ’

ସତ୍ୟବାଦୀ (ବଡ଼ ଖବର ବ୍ୟୁରୋ): ମନରେ ଅକୁହା ବେଦନା ଆଉ କଥାରେ ଅସରନ୍ତି ବ୍ୟଥା। ଯୌବନ ତାଙ୍କ ପାଇଁ ଯେପରି ଅଭିଶାପ ପାଲଟିଛି । ଯନ୍ତ୍ରଣା ଜର୍ଜରିତ ଜୀବନରୁ ମୁକ୍ତିର ମାର୍ଗ ଖୋଜି ଚାଲିଛନ୍ତି ସେ । ଦୀର୍ଘ ୪ ବର୍ଷ ହେଲା ଘୁସୁଡି ଘୁସୁଡି କାଳ କାଟୁଛନ୍ତି ଆଉ ନୀରବରେ ଲୁହ ଗଡାଇ ଚାଲିଛନ୍ତି । ସମସ୍ତଙ୍କୁ ହାତ ଯୋଡ଼ି ସାହାଯ୍ୟ ପାଇଁ ଯେତେ ନେହୁରା ହେଲେ ବି ଶୁଣୁଛି କିଏ ? ଉପଯୁକ୍ତ ଚିକିତ୍ସା ପାଇଁ ଅର୍ଥ ସାଜଛି ବାଧକ।

ଏ ହେଉଛନ୍ତି ସତ୍ୟବାଦୀ ବ୍ଳକ ମଧୁବନ ପଞ୍ଚାୟତ ଗୋଲବିଞ୍ଝେଇପଡା ଗ୍ରାମର କାହ୍ନୁ ଚରଣ ବରାଳ। ପାଞ୍ଚ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ସେ ଏଭଳି ଅକର୍ମଣ୍ୟ ଜୀବନ ଯିଉଛନ୍ତି। ଗୋଡ଼ ଦୁଇଟା ସମ୍ପୂର୍ଣ୍ଣ ଅଚଳ । ଠିଆହେବା ଓ ଚାଲିବା ତାଙ୍କ ପାଇଁ ସାତ ସପନ । ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ନିର୍ଭରଶୀଳ । ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଆଇସିୟୁ ନମିଳିବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ମାତ୍ର କିଛି ଦିନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବାପରେ ଆଉ ଟଙ୍କା ଯୋଗାଡ ନ କରିପାରି ବାଧ୍ୟ ହୋଇ ସେ ନିଜ ଇଚ୍ଛାରେ ଘରକୁ ଫେରିଆସିଥିଲେ ଆଉ ଚିକିତ୍ସା ଅଧାରେ ହିଁ ରହିଗଲା । ପରିବାର କହିଲେ ରୋଗଣୀ ମା’ ଏବଂ ବଡଭାଇ। ସମସ୍ତେ ଅତିଷ୍ଠ ହୋଇସାରିଲେଣି। ସେ ମଧ୍ୟ ନିରାଶ ହୋଇ ଏମିତି ଜୀଇଁବା ଅପେକ୍ଷା ମରିଯିବା ଭଲ ବୋଲି କହୁଛନ୍ତି। କାହା ଉପରେ ବୋଝ ହେବାକୁ ଚାହୁଁ ନାହାଁନ୍ତି ସେ।

ନିଜ କାମ ନିଜେ କରିବାକୁ ଚାହାଁନ୍ତି। ଡାକ୍ତର କହିଥିଲେ ଉପଯୁକ୍ତ ଚିକିତ୍ସା ହେଲେ ସେ ଭଲ ହୋଇପାରିବେ। ତେଣୁ ଆବଶ୍ୟକ ଚିକିତ୍ସାର ବନ୍ଦୋବସ୍ତ କରିବା ପାଇଁ ସେ ସରକାରଙ୍କୁ ଗୁହାରୀ କରିଛନ୍ତି। ଜୀବନ ପ୍ରତି ବୀତସ୍ପୃହା ହୋଇପଡ଼ିଥିବା କାହ୍ନୁ ରାଳ ଇଚ୍ଛା ମୃତ୍ୟୁ ପାଇଁ ସରକାର ସ୍ଵୀକୃତି ଦିଅନ୍ତୁ ବୋଲି ସରକାରଙ୍କୁ ବ୍ୟଥାଭରା କରୁଣ ନିବେଦନ ଜଣାଇଛନ୍ତି ।ଶେଷରେ ସବୁଠି ନିରାଶ ହେଲା ପରେ ସେ ‘ବଡ଼ଖବର’ ର ମୁଖ୍ୟସମ୍ପାଦକ କୁ ଯୋଗାଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା