Before Header

ସିସୋଦିଆଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ହାଇକୋର୍ଟ ଯିବାକୁ ଆଦେଶ

0 61

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଅବକାରୀ ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସିସୋଦିଆଙ୍କ ଆବେଦନ ଉପରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପି ଏସ ନରସିହ୍ମାଙ୍କ ବେଞ୍ଚ ଶୁଣାଣି କରିଛନ୍ତି ।

ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରିବାକୁ ମନା କରିବା ସହ ସିସୋଦିଆଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି ଯେ, ଆପଣ ସିଧାସଳଖ ସୁପ୍ରିମକୋର୍ଟକୁ ଜାମିନ ମାଗୁଛନ୍ତି । ଆପଣ ଅର୍ଣ୍ଣବ ଗୋସ୍ୱାମୀ ଓ ବିନୋଦ ଦୁଆ ମାମଲାର ହାୱାଲା ଦେଉଥିଲେ ମଧ୍ୟ ଯାହାକି ଏହାଠୁ ସମ୍ପୂର୍ଣ୍ଣ ଭିନ୍ନ । ଆପଣ ତଳ ଅଦାଲତରୁ ଜାମିନ ନେବା ଉଚିତ । ଏଫଆଇଆର ରଦ୍ଦ କରିବା ପାଇଁ ହାଇକୋର୍ଟ ଯିବା ନିହାତି ଜରୁରୀ ।

Leave A Reply

Your email address will not be published.