Masthead

ଜାହାଜରୁ ୧୧ ନାବିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ପାରାଦୀପ (ବଡ଼ ଖବର ବ୍ୟୁରୋ): ରବିବାର ମଧ୍ୟ ରାତ୍ରୀରେ ଭାରତୀୟ ତଟରକ୍ଷୀ ବାହିନୀ ସଫଳତାର ସହ ଉଦ୍ଧାର କାର୍ଯ୍ୟ କରି ୧୧ ଜଣ କ୍ରୀୟୁ ସଦସ୍ୟଙ୍କୁ କୋଲକାତା ଠାରୁ ପୋର୍ଟ ବ୍ଲେୟାର ଅଭିମୁଖେ ଯାଉଥିବା କାର୍ଗୋ ଜାହାଜ MV ITT Puma ରୁ ଉଦ୍ଧାର କରିଥିବା ଜଣାପଡିଛି । ଏହି ଜାହାଜଟି ସାଗର ଦ୍ୱୀପର ଦକ୍ଷିଣରେ ୯୦ ନଟିକାଲ୍ ମାଇଲ୍ ବୁଡ଼ି ଯାଇଥିଲା। ପାଣିପାଗକୁ ଖରାପ ଥିବାରୁ ଏହି ଘଟଣା ଘଟିଥିବା କୁହାଯାଉଛି । ସାଗର ଦ୍ୱୀପର ୯୦ ନଟିକାଲ୍ ମାଇଲ୍ ଦକ୍ଷିଣରେ MV ITT Puma ବୁଡ଼ି ଯାଇଥିଲା ।

କୋଷ୍ଟଗାଡର ଅମୋଘ,ସାରଙ୍ଗ ଜାହାଜ ଦ୍ଵାରା ଉଦ୍ଧାର କରି ପାରାଦ୍ଵୀପ ଉପକୂଳକୁ ଆଣିବାପରେ। ତାଙ୍କୁ ମେଡିକାଲ ଚିକିତ୍ସା ପରେ କୋଷ୍ଟଗାର୍ଡ ହେଡକ୍ୱାର୍ଟକୁ ଅଣାଯିଵ । ରଵିବାର ସନ୍ଧ୍ୟାରେ (Mrcc) ଵା ମେରିଟାଇମ ସର୍ଚ୍ଚ,ରେସକ୍ୟୁ କୋଡିନେସନ ସେଣ୍ଟର ଚେନ୍ନାଇ ଅଫିସ ମେସେଜ ଆସିଥିଲା । ଏହା ପରେ ନର୍ଥ ଇଷ୍ଟରେ କୋଷ୍ଟଗାର୍ଡ ଅଫିସ ସାଙ୍ଗେ ସାଙ୍ଗେ କୋଷ୍ଟଗାର୍ଡ ଭେସେଲ ଏଵଂ ଡୋନିୟର ଏୟାରକ୍ରାଫ୍ଟ ଦ୍ଵାରା ରାତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଉଦ୍ଧାର କାର୍ଯ୍ୟ କରିବା ପାଇଁ ଵହୁ ଚ୍ୟାଲେଞ୍ଜ ଥିଲା । ଆଉ ତିନି ଜଣ ନିଖୋଜ ଥିବା ଜଣାପଡିଛି । ସେମାନଙ୍କୁ ରେସ୍କ୍ୟୁ କରିବା ପାଇଁ ପୁଣି ଥରେ ଜାହାଜ ଯାଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ