Masthead

ଚର୍ଚ୍ଚାରେ କିନ୍ନର ନ୍ୟୁଜ ଆଙ୍କର ତଷ୍ଣୁଭା

ବଡ଼ ଖବର ବ୍ୟୁରୋ: କିନ୍ନର ତଷ୍ଣୁଭା ଅନାନ  । ବାଂଲାଦେଶର ଏକ ଟିଭି ଚ୍ୟାନେଲର ଉପସ୍ଥାପିକା । ଉପସ୍ଥାପନା ଶୈଳୀ, ବୀଣାଜିଣା କଣ୍ଠ ତାଙ୍କୁ ଦେଇଛି ଭିନ୍ନ ପରିଚୟ । ଜଣେ କିନ୍ନର ଭାବେ ନ୍ୟୁଜ ପଢୁଥିବାରୁ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପ୍ରଥମ କିନ୍ନରଭାବେ ତନଶୁଭା ବାଂଲାଦେଶର ନ୍ୟୁଜ ଆଙ୍କର ହୋଇଛନ୍ତି । ପଢିଲାବେଳେ ଝରିପଡ଼ିଥିଲା ତାଙ୍କ ଆଖିରୁ ଲୁହ ଏବଂ ବର୍ଣ୍ଣନା କରିଥିଲେ ନିଜ ଜୀବନର ସଙ୍ଘର୍ଷମୟ କାହାଣୀ ।

ତାଙ୍କ କହିବା ଅନୁସାରେ, କିଶୋରାଵସ୍ଥାରେ ଯେତେବେଳେ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଅନୁଭବ ହୋଇଥିଲା, ସେତେବେଳେ ସେ ଘରେ ଏ ବାବଦରେ ଜଣାଇଥିଲେ । ଆଉ ଅନେକ ବର୍ଷ ଧରି ସେ ଯୌନ ଶୋଷଣର ଶିକାର ମଧ୍ୟ ହୋଇଥିଲେ । ପରିବାର ସଦସ୍ୟ ତାଙ୍କୁ ଚୁପ ରହିବାକୁ ବାଧ୍ୟ କରୁଥିଲେ ।

Bangladesh gets its first transgender news anchor on Women's Day | Trending News,The Indian Expressବାପା, ତାଙ୍କ ସହ କଥାବାର୍ତ୍ତା କରିବା ମଧ୍ୟ ବନ୍ଦ କରିଦେଇଥିଲେ । ମନରେ ଅନେକ ଥର ଆତ୍ମହତ୍ୟା କରିବାକୁ ତାଙ୍କ ମନରେ ଭାବନା ଆସିଥିଲା । ପରିବାରର ନିର୍ୟାତନା ବଢିବା ପରେ ସେ ଘର ଛାଡି ଢାକା ଚାଲିଆସିଥିଲେ । ପରେ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ ।ଜାନୁୟାରୀ ମାସରେ ପବ୍ଲିକ ହେଲଥରେ ମାଷ୍ଟର ଡିଗ୍ରୀ ହାସଲ କରିଥିବାବେଳେ ଅଢେଇ ମାସ ତଳେ ବୋଏସାଖୀ ଟିଭିରେ ନ୍ୟୁଜ ଆଙ୍କର ଭାବେ ଅଡିସନ ଦେଇଥିଲେ । ନିର୍ଭୁଲ ଉଚ୍ଚାରଣ ପାଇଁ ତାଙ୍କୁ ଚୟନ କରାଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ